ଫେରିଆସେ ସନ୍ଧ୍ୟା ଆଳତି ବେଳେ ,
ଭାବ ପାରାବାରେ ଉଠେ ଜୁଆର
ଅଧା ଶୀତ ଅଧା ଶରତ କାଳେ ।
ଟହଟହ ବାଳାରୁଣ ଯେବେ
ଦିଶିଯାଏ ଦୂର ଦିଗ୍ ବଳୟେ ,
ଜାଗି ଉଠେ ଧରା ପରମାୟତେ
ଅଧା ଶୀତ ଅଧା ଶରତ କାଳେ ।
ରଗାଂଭୁ ଧରତି ପୁଷ୍ପ ମେଳେ
ଝୁଲେ କୂଜନର ସୁରେ ସୁରେ ,
ସବୁଜ ବଦଳେ ସ୍ବର୍ଣିମ ରଙ୍ଗରେ
ଅଧା ଶୀତ ଅଧା ଶରତ କାଳେ ।
ସୂରୁଜ ଗମନ୍ତେ ଅସ୍ତାଚଳେ
ସର୍ବେ ଲେଉଟନ୍ତି ହରଷ ଚିତ୍ତେ ,
ଭସା ବାଦଲ ଫେରେ ନୀରବେ
ଅଧା ଶୀତ ଅଧା ଶରତ କାଳେ ।
କଳା ପାଟ ପିନ୍ଧି ରଜନୀ ଆସେ
କାକର ଓଢଣୀ ମୁହଁରେ ଢାଙ୍କେ,
ଦୁଃଖସୁଖର ଚାଉଁକା ଜୀବନ
ଅଧା ଶୀତ ଅଧା ଶରତ କାଳେ ।
ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋର୍ଦ୍ଧା
