ଫଗୁଣର ବିଳାପ - ପବିତ୍ର କୁମାର ନାୟକ

0
ଫଗୁଣର ଶୋଭା ଥିଲା ମନଲୋଭା
ଲାଗୁଛି ହଜି ସେ ଯାଇଛି
ଧରଣୀ ବୁକୁରୁ କିଏ ଆଜି ସତେ
ରଙ୍ଗ ସବୁ ଲୁଟି ନେଇଛି !!

ସଜ ସଜ ଫୁଲ ଫୁଟି ଉପବନେ
ଭରି ଯାଉଥିଲା ପାଦପ
ଝିଙ୍କାରି ଗୁଞ୍ଜନେ କୋଳାହଳ ବନ
ହଜି ଗଲାଣି ସେ ମଧୁପ !!


ଅବିର ରଙ୍ଗରେ ଗାଆଁ ଦାଣ୍ଡ ଭିଜେ
ପ୍ରକୃତି ବେରଙ୍ଗ ସାଜିଲା
ହଜିଗଲା ରଙ୍ଗ ରୂପର ପସରା
ବଉଳର ବାସ ହଜିଲା !!

ଫେରେଇ ଦିଅସେ ବଉଳର ବାସ
ନାନାଜାତି ପକ୍ଷୀ ଗୁଞ୍ଜନ
ଆମ୍ରବନ ଆଉ ହଳଦୀବସନ୍ତ
କୋଇଲି ମଧୁର ଭଜନ !!


ମାଗୁନି ମୁଁ ଆଜି ତୁମକୁ ଯେ କିଛି
ଲେଉଟାଇ ଦିଅ ବିଗତ
ହଜିଲା ବୟସ ଖୋଜିଲା ଦିବସ
ଥିଲା ଯେତେ ସ୍ମୃତି ଅତୀତ... !!


ପବିତ୍ର କୁମାର ନାୟକ, କେଲୁଆପଲ୍ଲୀ, ଗଞ୍ଜାମ

Post a Comment

0Comments
Post a Comment (0)