ପ୍ରଣତୀ ମହାପାତ୍ର
ଫକୀରମୋହନ ନଗର,
ଆଇ.ଟି.ଆଇ ଛକ, ବାଲେଶ୍ୱର
ସରିଯାଇଥିଲା ଯୈ।ବନର ଢେଉ
ମରିଗଲା ଆଶା ତରୁ,
ଦୁହେଁ ରହିଗଲେ ଅଜଣା ପଥରେ
ଯୁଗ ହେଲା ଫେରୁ ଫେରୁ ।
ଅଚାନକ୍ ସିନା ଦେଖା ହୋଇଥିଲା
ସଂପର୍କ ଗଲା ବଦଳି,
ପୁରୁଣା କଥାର ଭଟ୍ଟା ପଡିଥିଲା
ପାରିଲାନି କିଛି ଭାଳି।
କେବଳ ତାହାର ସ୍ମୃତି ପାଥେୟରେ
ଲେଖିଲି ଗପ କବିତା,
ରଚିଲି ବି କେତେ ରମ୍ୟ ନାଟକକୁ
ହେଲି ସବୁଠି ପରିଚିତା ।
ଦୁର୍ଭାଗ୍ୟ ଥିଲା ତ ମୋର...
ଶବ୍ଦ କୁ ଶବ୍ଦରେ ଖଞ୍ଜି ଦେଲି ସିନା
ସୃଷ୍ଟି କଲି କେତେ କେତେ,
ସିଏ ଚାଲିଗଲା ପଥର ଲଦି ମୋ
ଛାତି ଫାଟିଗଲା ସତେ ।
କେମିତି ଏ ସମ୍ପର୍କ - ପ୍ରଣତୀ ମହାପାତ୍ର
January 30, 2018
0
