ଆବାହନୀ ଅଭିଳାଷ - ସନ୍ତୋଷ ପଟ୍ଟନାୟକ

0
ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା, ଗଞ୍ଜାମ

ବିଗତଟା ଝୁରେ ବିଦାୟୀ ବେଳାରେ
ନୂତନତା ଆକର୍ଷଣେ
ମନର ହରଷେ ନୂତନତା ଆଶେ
ନିବେଦନ ପ୍ରିୟଜନେ.....

ଇଶ୍ଵରଙ୍କ ପାଶ ରଖିବା ବିଶ୍ୱାସ
କରିଯିବା ସତ୍ କର୍ମ
ଦୁର୍ଭାଗ୍ୟ ହଟିବ ଗୌରବ ଫେରିବ
ବଢ଼ିବ ଆମରି ମାନ.....

ମାଗିବା ଆଶିଷ ହୋଇକି ହରଷ
ରଖିବା ଦେଶ ମହତ
ଦୁଃଖକୁ ଭୁଲିବା ଦେଶକୁ ଗଢ଼ିବା
ଏ ହେଉ ଜୀବନ ବ୍ରତ.....

ଜନ ଜାଗରଣେ ନିଶା ନିବାରଣେ
ହୋଇବା ଆମେରେ ବ୍ରତୀ
ଗ୍ରାମ ପରିଚ୍ଚନେ ବୃକ୍ଷର ରୋପଣେ
ଲଗାଇବା ଟିକେ ମତି.....

Post a Comment

0Comments
Post a Comment (0)