
ପଥରା, ଖଲ୍ଲିକୋଟ, ଗଞ୍ଜାମ
ସତର ଆୟୁଷ ସରିସରି ଗଲା
ଆଉ କ୍ଷଣେମାତ୍ର ବାକି
ବିଦାୟୀ ସତର କାନ୍ଦୁଛି ଅନ୍ତରେ
ମୁହଁ ତା ଯାଇଛି ଶୁଖି ॥
ଶୁଖିଲା ମୁହେଁ ସେ ନୀରବେ ଚାଲୁଛି
ସମୟର ରାଜପଥେ
ସେଇ ରାଜପଥେ ଭେଟହେଲା ସିଏ
ଦି ହଜାର ଅଠର ସାଥେ ॥
କହିଲା ସତର ଅଠର ଭାଇରେ
ଯାଉଛି ଦୁନିଆ ଛାଡି
ଏତିକି କହି ସେ ଅଠର ସମ୍ମୁଖେ
କାନ୍ଦିକାନ୍ଦି ଗଲା ଗଡି ॥
ଆସିଥିଲି ଦିନେ ଏ ମର୍ତ୍ତ୍ୟମଣ୍ଡଳେ
ଭାରିଯାକଯମକରେ
କେତେ ହସଖୁସି ବାଣ୍ଟୁଥିଲି ସବୁ
ସରିଗଲା କ୍ଷଣକରେ ॥
ଆଗମନକାଳେ ସଂଗେ ଆଣିଥିଲି
ବାରଗୋଟି ଯୁବାପୁଅ
ବିଦାୟବେଳରେ କେହିନାହିଁ ପାଶେ
ଅଛି ଖାଲି ଟୋପେଲୁହ ॥
ଏ ଦୁନିଆ ସତେ ଭାରିସ୍ୱାର୍ଥପର
ସର୍ବେ ସ୍ୱାର୍ଥପଛେ ଅନ୍ଧ
ଅଠର ବୁଝାଇ କହେ ସତରକୁ
ବନ୍ଦକର ତୁମ କାନ୍ଦ ॥
ଆସିବା ଯିବାତ ଲାଗିଛି ସଂସାରେ
ଏହା ବିଧାତାର ଖେଳ
ମୁଁ ଆଜି ଆସିଛି କାଲି ଚାଲିଯିବି
ସରିଗଲେ ମୋର ବେଳ ॥
ସେଥିପାଇଁ ଦୁଃଖ କରନା ସତର
ତୁମକୁ ମୋ ଅନୁରୋଧ
ହସିହସି ତୁମେ ହୋଇଲେ ବିଦାୟ
(ମୋର) ହସିବ ଜୀବନ ସୌଧ ॥
0 Comments
You can write now your valuable comments here. Off-topic comments may be removed or deleted without prior notice.