
ଆନ୍ଧ୍ରପ୍ରଦେଶ
ସକାଳରୁ ସଞ୍ଜ ଦିନ ମାସ ବର୍ଷ
ବିତିଗଲା ମଧୁ ବେଳ,
ସମୟ ସ୍ରୋତରେ ସବୁ ଭାସିଗଲା
ସ୍ମୃତି ରହିଲା କେବଳ !!
ସର୍ବେ ଏକତ୍ରିତ ହୋଇ ଚାଲିଗଲେ
ଦୁଃଖ ସୁଖ ଦେଇ କେତେ,
ଗଲା ବେଳ କେବେ ଫେରିବକି ଆଉ
ମଥା ପିଟିଲେ ବି ଯେତେ !!
ସ୍ନେହ ମମତାର ପ୍ରୀତି ଉଦ୍ୟାନରେ
ଫୁଟାଇବା ହସଫୁଲ,
ଅସରନ୍ତି ସ୍ନେହ ମମତା ଫୁଲରେ
ଗୁନ୍ଥିବା ସରାଗ ମାଳ !!
ହସି ହସାଇବା ସ୍ନେହ ପରଶିବା
ବାଣ୍ଟି ସୁଖଦୁଃଖ ଫୁଲ,
ମଧୁର ବଚନ ପ୍ରକାଶିବା ମୁଖେ
ରଖିଯିବା ସ୍ନେହ ମୂଲ !!
ବିପଦରେ ଆହା ସଙ୍କଟରେ ସାହା
ନିରାଶ୍ରାକୁ ଦେବା ଆଶରା,
ପରଦୁଃଖେ ଦୁଖୀ ପରସୁଖେ ସୁଖୀ
ସାହା ହୋଇ ଆଗଭରା !!
ଆଜି ଅଛେ କାଲି କଥା ଅଗୋଚର
ସମୟ ଦେବ ଉତ୍ତର,
ଜିଇଁଥିବା ଯେତେ ଦିନ ଏ ଧରାରେ
ପରକୁ କରିବା ଆପଣାର !!
ମୋତି ମୁକୁତା ର ସ୍ନେହ ର ହାରରେ
ଗୁନ୍ଥିବା ବିଶ୍ବାସ ହାର,
ନବ ବରଷର ନବ ସକାଳରେ
କାନ୍ଧେ ବୋହି ସ୍ନେହ ଭାର !!
ସ୍ନେହର ପଥର ପଥିକ ସାଜିବା
ସମୟର ତାଳେ ତାଳେ,
ସଭିଏଁ ଶପଥ ନେବା ଆଜ ଦିନ
ସୁଖଶାନ୍ତିର ଗହଳେ !!
0 Comments
You can write now your valuable comments here. Off-topic comments may be removed or deleted without prior notice.