ମାୟା ମୁକୁର - ତପନ ଦୀକ୍ଷିତ (ବେଳାଭୂମି)

0
ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ

ମର ପୃଥିବୀର ମାୟା ମୁକୁରରେ
ଓଲଟ ଜୀବନ ଚିତ୍ର
ଯାହା ସବୁ ସତ ଲାଗେ ଏଠି ମିଛ
ମିଛ ଲାଗେ ସବୁ ସତ,

ଆପଣାର ଛାଇ ଆଙ୍କି ଦେଇଥାଇ
ଆଉ କାହା ପ୍ରତିଛବି
ଓଲଟ ଭାବନା ଅଜଣା ଜନକୁ
ନିଜର ବସଇ ଭାବି,

ଆପଣା'ତ ଏଠି ଲେଖାଯୋଖା ସବୁ
ପର ଏଠି ଆପଣାର
ସତେ ! ସମ୍ପର୍କ ଯେମିତି ଉଡ଼ନ୍ତା ବେଲୁନ୍
ବଂଚିବାଟା ଥିଏଟର ॥

Post a Comment

0Comments
Post a Comment (0)