ଜଗନ୍ନାଥ - ହରିହର ତ୍ରିପାଠୀ

0
ହରିହର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରଧା

ଜଗନ୍ନାଥ ହେ କାହିଁକି ଡାକିବି ଆଉ
ତୁମେ ଥାଉ ଥାଉ ଭାସି ମୁଁ ଯାଉଛି
ଦେଖ ଦେଖ ମହାବାହୁ
ଜଗନ୍ନାଥ ହେ...

ମିଛେ ସିନା ତୁମ୍ଭେ ବାନା ଉଡାଉଛ
ପତିତପାବନ ବୋଲି
କେତେଯେ ପତିତ ଦୁଃଖେ ପଡିଛନ୍ତି
ଦେଖ ଚକାଆଖି ଖୋଲି
ଜଗନ୍ନାଥ ହେ...

ତୁମକୁ ମୁଁ ଆଉ ଡାକିବି କାହିଁକି
କରିବି ଆଉ ଭରଷା
ତୁମ୍ଭେ ଥାଉ ଥାଉ ସଭିଙ୍କ ଆଗରେ
ହେଲି ସିନା ଲୋକହସା
ଜଗନ୍ନାଥ ହେ...

ଯାହା ତୁମ ଇଚ୍ଛା କରହେ ଠାକୁର
ମୋହଠାରେ କୃପାକର
କହେ ହରିହର ଫେଡିଦିଅ ଦୁଃଖ
ଦାସ ମୁଁ ଅଟେ ତୁମ୍ଭର
ଜଗନ୍ନାଥ ହେ...

Post a Comment

0Comments
Post a Comment (0)