କର୍ଲାବାହାଲି, କଣ୍ଟାବାଞ୍ଜି, ବଲାଙ୍ଗୀର
ଆଜି ମୁ ଶୋଇନି
ତୁମ ଅପେକ୍ଷାରେ
କେତେବେଲୁ ଶୋଇ ସାରିଛି
କୋଳାହଳ ଦୁନିଆଁ
ହେମାଳର ଚାଦର ଘୋଡେଇ
କେତେବେଲୁ ଶୋଇ ସାରିଛି
ସବୁଜ ପରିବେଶ
ମୁଁ ମୋ ବେଡ଼ରୁମରେ
କବିତା ମୁ ତୁମ ଅପେକ୍ଷାରେ..
ଚାରିଆଡେ ଶୁନଶନ
କାନ୍ଥ ଘଣ୍ଟାର ଟିକଟିକ ଶବ୍ଦ
ଇଟା କାନ୍ଥ ଭେଦି
ଶୀତ ମୋଦେହକୁ ଦସ୍ତକ ଦେଉଛି
ମୁଁ ଏକ ଏକ ବସିଛି
ମୋ ବେଡ଼ରୁମରେ
ଟିକିଏ ଅନ୍ଧାର ଟିକିଏ ଆଲୁଅ ଭିତରେ
କବିତା ମୁ ତୁମ ଅପେକ୍ଷାରେ..
ମୁଁ ଏମିତି ଅନେକ ରାତି
ଜଗିଛି ତମ ଆସିବା ବାଟକୁ
ତମେ କିନ୍ତୁ ଅନେକ ରାତି
ମୋତେ ଠକି ଦେଇଛ
ଆଜି କିନ୍ତୁ ଶୋଇନି
ଆଉ ଶୋଇବି ନାହିଁ
ତମେ ନ ଆସିବା ପର୍ଯନ୍ତ
ଏମିତି ଜଗି ବସିଥିବି
କଲମ ଧରିଥିବି ହାତରେ
କବିତା ମୁ ତୁମ ଅପେକ୍ଷାରେ..
