ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା
ସମ୍ପତ୍ତି ପେଇଁକି ବୋପାକୁ ବାଡେଇ
ଘରୁ ତଡିଦେଲା ପୁଅ
ଏ ଖବର ଦେଖି ଟିଭି ମିଡିଆରୁ
ନିଆଁ ନାଗିଯାଏ ଦିହ
ପୁଅ ନା ସେ ଗଳଗ୍ରହ ?
ଜନମ ନକରି ଏମିତି ପୁଅକୁ
ବାଞ୍ଝ ହବା ବରଂ ଶ୍ରେୟ ॥
ବୁଢା ବୟସରେ ବାପା ମା ମାନଙ୍କୁ
ଦହଗଞ୍ଜ କରେ ଯିଏ
ତାଆଠଉଁ ଶିଖି ତାଆରି ପିଲାଏ
ତାକୁ ଦେବେ ଠାଏ ଠାଏ
ବୁଝିଲ ନା ନାଇଁ କିଏ ?
ପ୍ରତ୍ୟେକ କ୍ରିୟାର ସମ ପ୍ରତିକ୍ରିୟା
ବିଧାତା ନିୟମ ଇଏ ॥
ପୁଅ ଚାହିଁଲାନି ମୁହଁ - ଅମ୍ଳାନ ପ୍ରହରାଜ
January 31, 2018
0
