ଚନ୍ଦ୍ରଚୂଡେ ତ୍ରାହି ତ୍ରାହି - ତପନ ଦୀକ୍ଷିତ

0
ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ

ଚନ୍ଦ୍ରାନନି ଲାଗି ଚନ୍ଦ୍ରଚକୋର ମୁଁ
ଚନ୍ଦ୍ରା ତପେ ଅଛି ବସି
ଅଙ୍ଗସଙ୍ଗ ତାର ଲଭିବାର ପାଇଁ
ବିତୁଛି ଆଜି ଯା ନିଶି,
କି କହିବି ବାରେ ମନର ବେଦନା
କିଏ ବା ଫେଡ଼ିବ ଦୁଃଖ
କିଏ ବା ପଢିବ ହୃଦୟ ଶିଳାର
ବିରହର ଅଭିଲେଖ,
କନ୍ଦର୍ପ ଶରରେ ଅଙ୍ଗ ଅଙ୍ଗ ଦହେ
ଚନ୍ଦନେ ଶୀତଳ ନୋହି
ଚନ୍ଦ୍ରଚୂଡ଼ ନୁହେଁ ସଂସାରୀଟିଏ ମୁଁ
କାହୁଁ ବା ପାରିବି ସହି,
ଚାରୁବାଳା ମୋର ଲୀଳା କରେ ଯାହା
ହୃଦୟ କନ୍ଦରେ ରହି
ନିଶି ଉଜାଗରେ ଜାଗର ବାସରେ
ଚନ୍ଦ୍ରଚୂଡେ ତ୍ରାହି ତ୍ରାହି ॥

ଶବ୍ଦାର୍ଥ :
ଚନ୍ଦ୍ରଚକୋର-: ଚନ୍ଦ୍ରଙ୍କୁ ଚକୋରସହିତ ତୁଳନା କରି
ଚନ୍ଦ୍ରଚୂଡ଼-: ଶିବ, ମହାଦେବ

Post a Comment

0Comments
Post a Comment (0)