ହୃଦର କୋହ - ଇଂ ରାଜା ବାରୁଣୀ ବଷୁକଳ୍ପ ପାଇକରାୟ

0
ଇଂ ରାଜା ବାରୁଣୀ ବଷୁକଳ୍ପ ପାଇକରାୟ
ପଙ୍କପାଳ, କଳିଙ୍ଗନଗର, ଯାଜପୁର
ଦୂରଭାଷ: ୯୮୫୩୧୦୯୯୪୧

ଏଇ ପଥର ଭଳି ବିରାଟ ଶରୀର ଭିତରେ
ଯେବେ ଫୁଟେ ସ୍ୱଚ୍ଛାରେ ପଦ୍ମଫୁଲ
ସେବେ ଦେଖାଯାଏ ଦୂର ଗଗନରୁ
ପ୍ରକୃତି କୋଳେ ଏକ ହସ ଖୁସିର ମାହୋଲ ।।
ମନ ଭାବେ ବସି ଗୋଟିଏ କଥା
କଳଙ୍କ ନଥିଲେ ଚନ୍ଦ୍ରମା ଦେହରେ
ସେ ତ କେବେ ଶୀତଳ ଦିଅନ୍ତା ନାହିଁ
ତେକେ ସୂରୁଯ ଯେବେ ନଦିଶେ ଗଗନେ
ତେବେ କିମ୍ପାଇ ପଙ୍କଜ, ସୂର୍ଯ୍ୟମୂଖୀ
ତା ବିରହେ ରହିପାରନ୍ତି ନାହିଁ ।।
ହୃଦୟ ଯାହାର ଗୋଲାପରେ ଗଢା
ସେ କଣ୍ଟାର ଆଘାତ ଜାଣେ
ଯେତେ ସଜାଇଲେ ନିଜକୁ ରମଣି
ଦୁନିଆଁ ତାକୁ ବାରଙ୍ଗନା ନାମେ ଜାଣେ ।।
ପୁରୁଷର ଏଇ ସମାଜ ଭିତରେ
ଇତିଶ୍ରୀ ସଶ୍ମିତା ଭଳି ଶୋଷଣ ହେଉଛି ନାରୀ
ସବୁ ଏଠି ସତ୍ୟ ସମସ୍ତେ ଜାଣନ୍ତି
ତଥାପି ରାଜନୀତି ଢାଞ୍ଚେ
କାହିଁକି ଆଜି ସମ୍ବିଧାନ ଯାଏ ହାରି ।।।
ସବୁ ଦେଖି ସହି ବିଳାପେ କାନ୍ଦୁଛି ହୃଦୟ
ମନକୁ ଆସୁଛି ଗୋଟିଏ ଧାଡି
ଆଜି ଗଣତନ୍ତ୍ର ଦେଶେ ଆମେ ଅଛୁକି ସ୍ୱାଧୀନ
ଯଦି ଅଛୁ ? ତେବେ ଆମପାଇଁ କାହିଁ
ଆଇନ ଜାଲରେ
ଅଧର୍ମ ଅନ୍ୟାୟ ଜିତୁଥିବା ବେଳେ
ନ୍ୟାୟ ପାଇଁ ଲଢି ସତ୍ୟ ଯାଇଛି ହାରି ।।।

Post a Comment

0Comments
Post a Comment (0)