ବିଦାୟ ନେଉଛି ୨୦୧୭ - କିରଣ ମନୀଷା ମହାନ୍ତି

0
କିରଣ ମନୀଷା ମହାନ୍ତି
ରେଞ୍ଚ, ଡେଲାଙ୍ଗ, ପୁରୀ

ନବବର୍ଷର ଚିଠିଟେ
ଲେଖିଦେଲି ନାହିଁ ଉତ୍ତର
ଦୋଷ ଥିଲେ କ୍ଷମା କରିବେ
ଭାଇ ଭଉଣୀ ମୋର
କଷ୍ଟ ମୁଁ ଦେଇଛି ତୁମକୁ
କେବେ ମୋ ଅଜାଣତରେ
ଟିକି ଭଉଣୀଟି ଭାବିକି
କ୍ଷମା ଦିଅ ହେ ଥରେ
ନବବର୍ଷଟେ ଆସି
କେତେ ଶୀଘ୍ର ଗଲାଣି ଚାଲି
ଆଉ କେବେ ସେ ଫେରିବନି
ଯିବ ଦିନେ ସଭିଙ୍କ ମନରୁ ଭୁଲି
ଆସିଥିଲା ଦିନେ ୨୦୧୬
ଅନେକ ଖୁସୀର ବାର୍ତ୍ତାକୁ ନେଇ
ବିଦାୟ ନେଇଛି ସେ ପୁଣି
ଦୁଃଖର ଲହରୀ ଖେଳି
ତା'ପରି ନିଷ୍ଠୁର ଏ ୨୦୧୭
ପୁଣି ଯାଉଛି ଚାଲି
ସୁଖ, ଦୁଃଖ, ହସ, କାନ୍ଦକୁ
ଗଣ୍ଠିଲି କରି ॥

Post a Comment

0Comments
Post a Comment (0)