କୁଣ୍ଡିଲୋ, କେରଙ୍ଗ, ଖୋରଧା
ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ
ତୁମେ ଆଜି ଦେଲ ଦେଖା
ଅତୀତରେ ମୋତେ ବାରବାର ଠକି
ନେଇଛ କେତେ ପରୀକ୍ଷା ॥
ତୁମରି ଆଖିକୁ ପ୍ରଥମେ ଦେଖିଲି
ସପନ ମୋ ହେଲା ସତ
ଆପେ ଭରିଗଲା ଏଇ ହୃଦୟରେ
ବହୁଦିନୁ ଥିବା କ୍ଷତ ॥
ଆଜି ଏଇ ଦିନ ମୋ ଜୀବନର
ଇତିହାସେ ହେବ ଲେଖା
ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ
ତୁମେ ଆଜି ଦେଲ ଦେଖା ॥
ରୂପରେ ଗୁଣରେ ତୁମେ ଅନୁପମା
ତୁମର ତୁଳନା ନାହିଁ
ହଜି ମୁଁ ଯାଇଛି ତୁମରି ପାଖରେ
ତୁମ ହୃଦୟକୁ ଛୁଇଁ ॥
କଥା ଦେଇ ଯାଅ ଏ ଚଲାବାଟରେ
ମୋତେ କରିବନି ଏକା
ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ
ତୁମେ ଆଜି ହେଲ ଦେଖା ॥
0 Comments
You can write now your valuable comments here. Off-topic comments may be removed or deleted without prior notice.