ପ୍ରସନ୍ନ କୁମାର ମାଦଳା
ଘର ନଂ - ଏଫ୍ / ୧୩ , ସେକ୍ଟର- ୪, ରାଉରକେଲା- ୨
ଦୂରଭାଷ - ୭୯୭୮୧୯୨୨୨୭
ହାନିଲାଭର ଏ ଚୋରା ବଜାରରେ
ଚରିତ୍ରର ଶେଷ ପୁଞ୍ଜି
ମନ୍ଦ ପରିଣାମେ ଖର୍ଚ୍ଚ ହେଲା ପରେ
ଫେରି ଆସେ ମଥା ଗୁଞ୍ଜି ।
ଧର୍ମର ସ୍ଥାପନେ ଯୁଦ୍ଧର ଘୋଷଣା
କଲେ ବୋଲି ମାନ୍ୟ ଗଣ୍ୟ
ବିଗ୍ରହ ପ୍ରାଣରେ ପଡୁଥିଲା ଜଣା
ସୁବିଧାବାଦ ହିଁ ପଣ୍ୟ ।
ହରିଜନ କେତେ କପଟୀ କବଳେ
ହାରିଲେ ନିଜର ବାସ
ପ୍ରଗତିର ପଥେ ଗରିବ ସକଳେ
ବିବଶେ ଦେଲେଣି ଝାସ ।
ଶାନ୍ତିର ପଦକ ହେଲା ବିଭୂଷଣ
ଯୁଦ୍ଧ ଘୋଷକଙ୍କ ଶିରେ
ସତ୍ୟର ସନ୍ଧାନେ ଯେତେକ ଦୂଷଣ
ଆଗେଇ ଆସିଲେ ଧୀରେ ।
ଲଙ୍ଘି କି ପାରଇ ଅଚଳ ଏ ଘଣ୍ଟା
ଦାରିଦ୍ର୍ୟ ସୀମାର ରେଖା
ଭୋକିଲା ଚାଷୀର ଭାଙ୍ଗିଯାଏ ଅଣ୍ଟା
ସତେ କି କପାଳେ ଲେଖା ।
ଭରା ଦେଇଥିବା ଲାଠି ବି ଉଠାଏ
ନିର୍ଯାତନାର ସେ ଭାର
ଆପଣା ଲୋକ ତ ଛଡାନ୍ତେ ମୁଠାଏ
ସମତା ବିଚାର ତା'ର ।
କଳ୍ପିତ ସତ୍ୟର ଚିତ୍ରପଟ ଯେତେ
ବହଳ ଚଷମା ଦେଖେ
ଚାଖଣ୍ଡେ କନାରେ ଅଶ୍ଳିଳତା କେତେ
ଗାନ୍ଧୀ ଇତିହାସ ଲେଖେ ।
ଛୁଟି ନେଇଯାଏ ସେହି ଇତିହାସ
ପ୍ରାଚୀନ ପ୍ରସ୍ତର ଛାଡି
ଆତତାୟୀ ହାତେ କରେ ପରିହାସ
ବନ୍ଧୁକରୁ ମୁହଁ କାଢି ।
ଆଉ ଯେତେ ସତ୍ୟ କଲି ଅନ୍ବେଷଣ
ଫିଟିଲେ ଗୁମର କଥା
ପାଠକ ବିଚାରା କଲେ ବିଶ୍ଳେଷଣ
ହୃଦୟେ ଭରିବ ବ୍ୟଥା ।
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ୱେବ ରେଡିଓ
- ଇଭେଣ୍ଟ
- ସଂଗ୍ରହାଳୟ
- ନୂତନ ସଂସ୍କରଣ
0 Comments
You can write now your valuable comments here. Off-topic comments may be removed or deleted without prior notice.