ମୁଁ ଦୀପ ଟିଏ

0
ପ୍ରସନ୍ନଜିତ ସାହୁ
ମହିଷାମୁଣ୍ଡା, ନାଉଗାଁ ହାଟ, ଜଗତସିଂହପୁର
ଦୂରଭାଷ : ୭୩୭୭୬୬୩୪୦୦

ଗାଆଁରୁ ସହର ଚହଳ ଚଞ୍ଚଳ
ଦିଆଲି ଖବର ପାଇ,
ଚାଇନା ଲାଇଟି ଝଲସି ଯାଉଛି
ଗାଆଁ ମନ ହାଇଁ ପାଇଁ ।।

ଓଡ଼ିଆ ଘରର ପରମ୍ପରା ସବୁ
ଲାଗେ ଆଜି କାଇଁ ଫିକା,
କାଉଁରିଆ କାଠି ଜଳୁନାହିଁ ଆଉ
ମନେନାହିଁ ଦୀପ କଥା ।।


ଦୀପ ବଦଳରେ ଫୋଟକା ଫୁଟୁଛି
ଶବ୍ଦ ପ୍ରଦୂଷଣ ବେଶୀ,
ବିଲୁପ୍ତି ଭୟରେ ପକ୍ଷୀ ଲୁଚିଲେଣି
ବିପଦ କିଣୁଛୁ ଜାଣି ।।

ଓଡିଆ ଆମେରେ ପରମ୍ପରା ଆମ
ସବୁ ରାଇଜଠୁ ଉଚ୍ଚ,
ଚାଇନା ଲାଇଟି ଫୋଟକାକୁ ଭୁଲି
ଆସରେ ଜାଳିବା ଦୀପ ।।

Post a Comment

0Comments
Post a Comment (0)