ହେ ପୂଜ୍ୟ ବରେଣ୍ୟ

0
ଉଷାରାଣୀ ପଣ୍ଡା, ଆନ୍ଧ୍ରପ୍ରଦେଶ

ଶାସ୍ତ୍ରୀ.. ଗାନ୍ଧୀ..
ତୁମ କର୍ମନିଷ୍ଠା ଚଳ ଚାଞ୍ଚଲ୍ୟତାରେ
ଗଜସାହାଯ୍ୟରେ ଉତ୍ତୋଳନ ହେଲା ବିଜୟ ଚିରାଳ
ସାରା ଭାରତବର୍ଷରେ ପ୍ରଶଂସିତ ତୁମେ
ପଲ୍ଲୀରୁ ଦିଲ୍ଲୀ, ଗୁଜରାଟରୁ ଗଡଜାତ ଯାଏଁ...
ସ୍ଵରାଜ୍ୟର ସ୍ଵପ୍ନକୁ କଲ ସାକାର
ତୁମ ଅବଦାନ ଆଜି ଚିର ଅମର
ଶାନ୍ତି ମୈତ୍ରୀ ଅହିଂସାକୁ କରି ଶରଣ
ଦେଶ ମାତୃକା ପାଇଁ କରିଥିଲ କାରାବରଣ ॥
ତୁମେ ମହାନ୍
ଗଞ୍ଜଣା କରିଥିଲ ବିଦେଶୀ ବସ୍ତ୍ରର
ଗୀର୍ଣ୍ଣିର ପାତ୍ର ତୁମେ ସାରା ଜଗତର ॥
ଗୋଷ୍ଠାଗାରର ସାଜିଥିଲ ଧର୍ମଦେଷ୍ଟା,
ଗନ୍ଧନ ନିବାରି ଅହିଂସାର ଉପଦେଷ୍ଟା ॥
ହେ ମହାନ୍ ଗୀଷ୍ପତୀ...
ତୁମ ପବିତ୍ର ଜୟନ୍ତୀରେ
ଢାଳୁଅଛି ଅଶ୍ରୁପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ
ତୁମ ଆଦର୍ଶରେ ଅନୁପ୍ରାଣିତ ହୋଇ
ଗୀର୍ଣ୍ଣ କରି ତୁମ ସତ୍ୟ ବଚନାବଳୀ ॥
ଅହିଂସା ଶାନ୍ତି ପଥରେ ଅନୁଗାମିତ ହୋଇ
ରାମରାଜ୍ୟ ଫେରାଇ ଆଣିବୁ,
ଧର୍ମର କବଚ ପିନ୍ଧି ମୈତ୍ରିର ମୁଖା ବାନ୍ଧି
ସୁଖ ସମୃଦ୍ଧିର ଦେଶ ଗଢିବୁ ॥

Post a Comment

0Comments
Post a Comment (0)