ନିରାକାରପୁର, ଖୋରଧା
ମାସେ ଚାରିଦିନ ଅଙ୍ଗନବାଡିରେ
ଝୁଳୁଛି ମୋବାଜ ତାଲା
ଧାରଣାରେ ବସି ଗାନ୍ଧୀ ମାରଗରେ
ଦିଦି ହେଲେଣି ଘାଇଲା
ସର୍କାର କାନଟା କାଲା
ଦଶରା, କୁଆଁର ପୁନେଇଁ ପାଳିଲେ
ଆଉଚି ଦିବାଲି ଭଲା ॥
ନକ୍ଷେ ଟଙ୍କା ପାଇ ଅଣ୍ଡର ମାଟ୍ରିକ
ବିଧାୟକ ଶୁଏ ସଭାରେ
ଆଏ, ବିଏ ପାଶ ଦିଦି ମାନଙ୍କର
ମାସକୁ ଦରମା ହଜାରେ
ରଙ୍ଗୀ ଆଈ କହେ ମଜାରେ
ୱର୍କର ମଜୁରୀ କାଇଁକି ଦେଉନା
ଯେତିକି ଚାଲିଚି ବଜାରେ ??
