ଆର.ପି-୧୨୫, ପାଣ୍ଡବ ନଗର, ଟଙ୍କପାଣି ରୋଡ, ଭୁବନେଶ୍ଵର
ରାମଚନ୍ଦ୍ର ମିଶ୍ର ୧୯୨୦ ମସିହା ଅକ୍ଟୋବର ୧୨ ତାରିଖ ଦିନ ପୂର୍ବତନ ଦଶପଲ୍ଲା ଗଡ଼ଜାତ ରାଜ୍ୟରେ ଜନ୍ମ ଗ୍ରହଣ କରିଥିଲେ । କଟକ ମିଶନ୍ ସ୍କୁଲ୍ରୁ ମାଟ୍ରିକ୍ ପାଶ୍ କଲାପରେ, ସେ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ, ଓ ଆଇନ୍ କଲେଜରୁ ବି.ଏଲ ଡିଗ୍ରି ହାସଲ କରି ପ୍ରଥମେ ପ୍ରାଶାସନିକ ସେବା ଏବଂ ପରେ ଆଇନ୍ ବ୍ୟବସାୟ କରିଥିଲେ । ବି.ଏ ପଢିଲାବେଳେ ୧୯୪୨ ମସିହାରେ ଭାରତୀ ରଙ୍ଗମଞ୍ଚରେ ତାଙ୍କର ପ୍ରଥମ ନାଟକ ‘ଅଭିମାନ‘ ମଞ୍ଚସ୍ଥ ହୋଇ ଦର୍ଶକ ମାନଙ୍କ ଦ୍ୱାରା ବିଶେଷ ଆଦୃତ ହୋଇଥିଲା । ପରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପାଇଁ ‘ଭାଇଭାଉଜ, ଘରସଂସାର, ମୂଲିଆ, ପୁଆଣିଘର, ସେବିକା, ମମତା, ଚାବୁକ୍, ନାଟକ ରୀତିମତ୍, ନରୋତ୍ତମ ଦାସ କହେ, କିସ ପୁଣି ଦେଖାନଯାଏ, ମନ୍ତ୍ରୀଯୁଗ, ଅର୍ଥଅନର୍ଥ ପ୍ରଭୃତି ୩୬ଟି ନାଟକ ରଚନା କରି ସେ ଓଡ଼ିଶାର ପୁରପଲ୍ଲୀରେ ସୁପରିଚିତ ହୋଇପାରିଥିଲେ । ୧୯୯୨ ଜୁନ ୨୬ ତାରିଖରେ ଇହଧାମ ତ୍ୟାଗ କରିଥିଲେ । ତାଙ୍କ ନାଟକ ପି.ଇ.ଏନ୍ ଦ୍ୱାରା ସମ୍ମାନିତ ହୋଇଥିଲା । ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ମଧ୍ୟ ସମ୍ମାନିତ ହୋଇଥିଲେ । ରାମଚନ୍ଦ୍ର ମିଶ୍ର ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ଥିଲେ । ସେ ୪୦ଟିରୁ ଅଧିକ ନାଟକ ରଚନା କରିଛନ୍ତି । ମଧ୍ୟବିତ୍ତ ପରିବାରର ସୁଖଦୁଃଖର କାହାଣୀ ତାଙ୍କ ନାଟକରେ ବିଶେଷ ସ୍ଥାନ ପାଇଥିଲା ।
0 Comments
You can write now your valuable comments here. Off-topic comments may be removed or deleted without prior notice.