ବାରଙ୍ଗନା ବାରପଲ୍ଲୀର

0
ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ
ଚକାପଦା, ବେଗୁନିଆ, ଖୋରଧା

ବିଚିତ୍ର ସ୍ରଷ୍ଟାର ନିଆରା ସୃଷ୍ଟି ମୁଁ
ଭିନ୍ନ ପରିଚୟ ମୋର
ପରିଚିତ ଅଟେ ଜନ ମାନସରେ
(ମୁଁ) ବାରଙ୍ଗନା ବାରପଲ୍ଲୀର......।୧।

ରୂପ ବଗିଚାର ସୁନ୍ଦର ଫୁଲଟେ
ମାଳୀର ମୁଁ ଅଧିକାର
କେତେ ମଧୁମକ୍ଷୀ ଶୋଷୁଥାନ୍ତି ଆସି
ମଧୁ ମୋ ରୂପ କାନ୍ତିର
ମୋର ନାହିଁ ପ୍ରତିବାଦ ସ୍ୱର
ପରିଚିତ ଅଟେ ଜନ ମାନସରେ
(ମୁଁ) ବାରଙ୍ଗନା ବାରପଲ୍ଲୀର......।୨।

ବିଷର ଜ୍ୱାଳାରେ ଜଳୁଥାଏ ନିତି
ଦେଇ ସୁବାସ ପ୍ରୀତିର
ନିଷ୍ପେସିତ ଅଟେ ସମାଜ ଆଖିରେ
କେଉଁ କର୍ମଫଳେ ମୋର
କଲା କଳଙ୍କିତ ଜୀବନକୁ ମୋର
ପରିଚିତ ଅଟେ ଜନ ମାନସରେ
(ମୁଁ) ବାରଙ୍ଗନା ବାରପଲ୍ଲୀର.....।୩।

Post a Comment

0Comments
Post a Comment (0)