ସ୍ନେହାଶିଷ ମହାନ୍ତି
ପାଣୁଦାସ ଖୁଣ୍ଟା, ମୟୂରଭଞ୍ଜ
ଦୂରଭାଷ : ୭୦୬୪୧୧୧୬୮୯
ମତେ ଥରେ ଛୁଇଁ ଦେଖ
ମହମର ଆଖି ପିଛୁଳାକେ
ବହିଯାଇ ବନ୍ଦୀ ହେବି
ତୁମ;
ଆଞ୍ଜୁଳା ଭିତରେ... ।
ମତେ ଥରେ ଡାକି ଦେଖ
ପ୍ରଶ୍ଵାସର ଫେରିବା ଆଗରୁ
ଧାଇଁଯାଇ ରହିଯିବି
ତୁମ;
ଅନ୍ତର ଗହ୍ଵରେ... ।
ସମ୍ଭାବନାର
ଶିଖା କେରେ ଜାଳି ଦେଖ
ସଂପୂର୍ଣ୍ଣତା ସମୟଠୁ ବେଶି
ଲାଗିବ ନିଜର
ତୁମ;
ପ୍ରାଣରେ ପ୍ରାଣରେ
ଏଇ ଜୀବନରେ
ଆବର୍ତ୍ତମାନରେ !!
