ନିର୍ଲିପ୍ତ ସମାଧି

0
ତପନ ଦୀକ୍ଷିତ (ବେଳାଭୁମି)
ନାଶିକେଶ୍ଵର, କାକଟପୁର, ପୁରୀ

ଶେଷ ସଂଭୋଗ ମୋ
ସରିଯିବା ପରେ
ଶେଷ ପିତୃତ୍ୱର
ଜାହିର ପରେ ମୁଁ..…
ନିର୍ଲିପ୍ତ ସମାଧି ମଗ୍ନ,
କୁଚ କରି ଉଚ୍ଚ
ଭାବି ମୋତେ ତୁଚ୍ଛ
କାହିଁ ପାଇଁ ଅବା
କରୁଛ ସମାଧି ଭଗ୍ନ ?
ରୁଗ୍ଣ ନୁହେଁ ମୁଁ
ପ୍ରୀତି ପିଆଲାରେ
ଅଧର ମଧୁକୁ
ପିଇଅଛି କେତେ
ପ୍ରଣୟ ବହ୍ନିରେ ଜାଳି,
କେତେ ରୂପସୀଙ୍କ
ପ୍ରୀତି ତୁଠେ ଦେଇ
ବାସନାର ପ୍ରିତ୍ୟାଞ୍ଜଳୀ
ଫେରି ଆସିଛି ମୁଁ .......,
ଅନ୍ୟତମା ମୋର
କାହିଁକି କରୁଛ
କାମନାରେ କୋଳା କୋଳି ?

Post a Comment

0Comments
Post a Comment (0)