ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ଭୂଷଣ୍ଡପୁର, ଖୋରଧା
ଶୁଆକୁ ଶିଖାଏ ରାମନାମ ଏଠି
ନିଜେ ଭୁଲିଥାଏ ଜପ
ଶୁକ ପାଇଯାଏ ମୁକ୍ତି ଏଠି ପୁଣି
ମଣିଷ ପାଏ ଯେ ଦୁଃଖ ॥
କହିବା କରିବା ମଧ୍ୟରେ ଦୂରତ୍ଵ
ଭୂ ଠାରୁ ଭୂମା ଯାଏଁ
ମାୟା ସୁନ୍ଦରୀର କବଳିତ ହୋଇ
ବାରମ୍ବାର ଭୁଲୁଥାଏ ॥
ପୀଡନ ଯାତନା ଅନ୍ୟକୁ ଦିଅନା
ପଡି ମାୟା ମୋହ ଲୋଭେ
ମାୟାରେ ରାବଣ ସ୍ଵର୍ଣ୍ଣଲଙ୍କା ପୁଣ
ଶିରୀହୀନ ହେଲା ଗର୍ବେ ॥
ବୃଥା ଅହଙ୍କାରେ ପଡନାହିଁ ନରେ
ନିଜକୁ ନିବୃତ କର
ଅନେକ ଆଶାର ସମ୍ଭାବନାଟିଏ
ନିଜ ଭୂତି ନିଜେ ସ୍ମର ॥
ବିଶାଳ ଜଗତେ ପୂରିଛନ୍ତି ପୁଣି
ନିରାକାର ଭାବେ ସିଏ
ଜଗତେ ଅନେକ ବୁଝନ୍ତିନି ୟାକୁ
ବୁଝନ୍ତି କିଏ ବା କିଏ ॥

0 Comments
You can write now your valuable comments here. Off-topic comments may be removed or deleted without prior notice.