ଡକ୍ଟର ଲକ୍ଷ୍ମଣ ସାହୁ
ଅଧ୍ୟାପକ, ଓଡିଆ ଭାଷା ସାହିତ୍ୟ ବିଭାଗ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ
ଦୂରଭାଷ: ୯୪୩୭୭୪୦୨୮୦
ହୃଦୟକୁ ମୋର ଖୋଲି ମୁଁ' ଦେଇଛି
ପାରୁଛତ ଯଦି ସାଉଁଟି ନିଅ
ତମ ପ୍ରେମ-ପୂଜା ରଖିଛି ସାଇତି
ଥରେ ତାକୁ ତମେ ଚିହ୍ନି ଦିଅ (୧)।
ହୃଦୟ ବଂଧନ ହୃଦୟ ମିଳନ
ହୃଦୟରେ ସବୁ ଏଅଭିମାନ
ରଖିଛି ସାଇତି କୂଳବଧୂ ସାଜି
ଆମ ମହାମିଳନର ଏସ୍ପନ୍ଦନ (୨)।
ହୃଦୟରେ ତମେ ଏକା ମୋ ଦେବତା
କିଭଳି କାଢିବି ତମକୁ କୁହ
ଥାଉ ରାଗ ରୁଷା ଅଭିମାନ ସବୁ
ଝରି ଯାଉ ମୋର ଏଆଖି ଲୁହ (୩)।
ହୃଦୟର ବ୍ୟଥା ଗୋପନେ କୁହୁଳି
ହୃଦୟ' ଜଳେ ଅହରହ ସିନା
ହୃଦୟତ କେବେ ଭାଙ୍ଗି ଯାଏନାହିଁ
ସେ'ନୁହେଁ କେବେ ଏ କାଚଖେଳନା (୪)।
ହୃଦୟଟା ମୋର ଫାଡି ମୁଁ ଦବାକୁ
ନୁହେଁ ମୁଁ ଭକତର ମହାବୀର
ତମ ଫଟୋ ଥରେ ଦେଖାଇ ଦବାକୁ
ହୃଦୟରୁ ବହୁ ମୋ ଅଶ୍ରୁଧାର (୫) ।
ହୃଦୟଟା ନୁହେଁ ମରୁ ମରିଚିକା
ଜୀବନେ' ଉଠେ ନାହିଁ କେବେଝଡ
ହୃଦୟଟା ସିନା ଅମୃତର ଫଳ
କେବେ କୁହେ ନାହିଁ, କିଏ ବଡ ()।
ହୃଦୟରୁ କେବେ ଖୋଜି ନାହିଁ ମୁଁ ଯେ
କିଏ ଭଗବାନ, ଆଲ୍ଲା, ଈଶ୍ୱର
ହୃଦୟ ଭିତରେ ତମେ ପରା ମୋର
ଏକା ହୃଦୟ'ର ହୃଦୟଶ୍ୱର (୭)।
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ୱେବ ରେଡିଓ
- ଇଭେଣ୍ଟ
- ସଂଗ୍ରହାଳୟ
- ନୂତନ ସଂସ୍କରଣ
0 Comments
You can write now your valuable comments here. Off-topic comments may be removed or deleted without prior notice.