କ୍ଷୁଦ୍ର ଅଭିଳାଷ

0
ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ
ଚକାପଦା, ବେଗୁନିଆ, ଖୋରଧା

କ୍ଷେତ୍ର ଯିବା ପାଇଁ ଆଶା ମୋ ବଳୁଛି
କା ଆଗେ କହିବି ମୋ ମନ ଦୁଃଖ
ତୋ ବଡ ଦାଣ୍ଡରେ ଯୋଗୀ ହେବା ପାଇଁ
ମୋର ପାଶେ ନାହିଁ ସେତିକି ଭେକ ।।
ଆହେ ପ୍ରଭୁ ଶ୍ରୀ କଳାଶ୍ରୀମୁଖ......

ଜୀବନ ଜଞ୍ଜାଳ କୁଟୁମ୍ବରେ ଗୋଳ
ଛନ୍ଦିଛୁ ଜୀବନେ ଅସରା ଦୁଃଖ
ପୋଡ଼ୁ ମୋର ଆଶା ପୋଡ଼ୁ ମୋ ଭରସା
ମୋ ପରି ସଂସାରେ ଦୁଃଖୀ ନରଖ ।।
ଆହେ ପ୍ରଭୁ ଶ୍ରୀ କଳାଶ୍ରୀମୁଖ......

ତୋ ଚରଣେ ପଡି କାଳେ ମାଗିନେବି
ନ ଜାଣିଲା ପରି ଚାଁହୁ ଆରେକ
ମନେ ଭାବିଛୁ କି କପଟେ ମାରିବୁ
ଜୀବନକୁ ମୋର କରି ନରକ ।।
ଆହେ ପ୍ରଭୁ ଶ୍ରୀ କଳାଶ୍ରୀମୁଖ.....

କହେ ପରକାଶ କଲେ ସର୍ବନାଶ
ଜଗତେ କି ତୋର ବଢିବ ଟେକ
ଜଗତ କହିବ କପଟୀ ଠାକୁର
ବସିଅଛି ନୀଳ କନ୍ଦରେ ଦେଖ ।।
ଆହେ ପ୍ରଭୁ ଶ୍ରୀ କଳାଶ୍ରୀମୁଖ......

Post a Comment

0Comments
Post a Comment (0)