ଅଦୃଶ୍ୟର ବିଳାପ

0
ମୀର ମୁସ୍ତାକିମ ଅଲ୍ଲୀ
କୋରାପୁଟ, ଦୂରଭାଷ- ୯୪୩୯୯୨୭୭୧୧

ଆତ୍ମା ବନ୍ଧନରୁ ନୁହେଁ
ଶରୀର ସ୍ପର୍ଶରୁ ଅଙ୍କୁରିତ
ପ୍ରେମ ଫଳରେ
ସ୍ଵପ୍ନ ଟିକେ ଆଲୋକ ଦେଖିବା
ଅଥଚ ତା ଦରଖୋଲା ଆଖିରେ
ସେ ଦେଖିପାରୁଛି ଆକାରଣେ
ତା ମୃତ୍ୟୁ ଇସ୍ତାହାର
ମା ଆଜି ଏକ ପରୀକ୍ଷା ତୁମର
ପାରିବୁକି ଉତ୍ତୀର୍ଣ୍ଣ ହୋଇ
ସଂସାରର ସକଳ ପାପଚିନ୍ତା
ଚେତନାର ଚେର କାଟି ॥

ଏ ବିଶାଳ ବିଶ୍ଵଟିରେ ମୋତେ
ଜନ୍ମଦେଇ
ପାରିବୁକି ମା ପ୍ରମାଣିତ କରି
ମୁଁ ତୋର ପାପ ନୁହେଁ, ଦଣ୍ଡ ନୁହେଁ
ବରଂ ମୁଁ ତୋ ଜୀବନର
ଏକ ଅମୃତମୟ ଫଳ
ଭୃଣଟିଏ ସିନା ଜୀବନ୍ୟାସ ପ୍ରାପ୍ତିହେଲେ
ମନ୍ଦାକିନୀ ହୋଇ ବୋହିଯିବି
ଜୀବନ ମୋ ହୋଇବ ସଫଳ ॥

Post a Comment

0Comments
Post a Comment (0)