ମାଆ

0

ବଲବନ୍ତ ସାହୁ (ବବଲୁ)
ଭୂଷଲାର୍ଡ଼, ସିନ୍ଧେକେଲା, ଟିଟିଲାଗଡ଼
ଦୂରଭାଷ- ୯୦୭୮୧୦୫୨୩୪


ହାତ ଆଞ୍ଜୁଳାରୁ କେତେ ଯେ ସମୟ ବୁନ୍ଦା
ଥପ୍ ଥପ୍ ହୋଇ ଗଲିପଡ଼ିଲାଣି
ତଥାପି ଚାଲିଆସେ ଭାବନା ରାଇଜକୁ
ଯେତେବେଳେ କୁଆଡୁ ଶୁଭେ ମାଆ...
ଅମାବାଶ୍ୟାରେ ଅନୁଭବ ହୁଏ
ପୂର୍ଣ୍ଣିମା ରାତିର ଉଜ୍ଜଳତା
ବିନା ତୁଳୀରେ ବି ଆଙ୍କିହୋଇଯାଏ
ମନ ରାଇଜରେ
ସ୍ୱଚ୍ଛ ଭାବନାରେ
ସୃଜନୀମନ୍ତ୍ରେ ଅଭିମନ୍ତ୍ରିତ ସେ ସର୍ବଂସହା ।
ମନେପଡ଼େ ତା' ସ୍ନେହାପୂର୍ଣ୍ଣ ଚୁମ୍ବନ
ମୋ ସାମାନ୍ୟ କ୍ଷତରେ, ତା' ଲୋତକଭରା ନେତ୍ର
ପୁଣି ମୋ ସଫଳତା ପଛେ ଥିବା ଅଦୃଶ୍ୟ ହାତକୁ
ମନେପଡ଼େ ତା' ଦାତାପଣକୁ
ନେବାପାଇଁ ନୁହେଁ, ଦେବାପାଇଁ ଜନ୍ମ ତା'ର
ସ୍ତନର କ୍ଷୀର ଠା'ରୁ ଅମୂଲ୍ୟ ଜୀବନ ପର୍ୟ୍ୟନ୍ତ
ତା ମଧ୍ୟରେ ସ୍ନେହ, ଶ୍ରଦ୍ଧା, କ୍ଷମା......।
ମାଟିରୁ ମହତ ସ୍ୱର୍ଗ'ଠୁ ବଡ଼
ଆକାଶରୁ ବ୍ୟାପି ଜଳରୁ ସ୍ବଚ୍ଛ
ଫୁଲଠୁ କୋମଲ
ଘାସରୁ ନରମ
ସ୍ନେହଶ୍ରଦ୍ଧାପୂର୍ଣ୍ଣ ବେଳାଭୂମି ଯା' ହୃଦୟ
ନାଁ ତା'ର ଅଟେ ମାଆ...


Post a Comment

0Comments
Post a Comment (0)