ଶରତ ଚନ୍ଦ୍ର ଜାଲି, ଶିକ୍ଷକ
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
କୋଦଳା, ଗଞ୍ଜାମ, ଦୂରଭାଷ: ୭୮୭୩୯୧୭୬୫୧
ବାର ବାର ଦେଖା ହେଉଛ
ଲାଜେ କହୁନ କଥା
ମୁହଁ ପୋତି ଚାଲି ଯାଉଛ
ଆଗୋ ସରମିଲତା ॥
ସପନରେ ନିତି ଆସୁଛ
ସାଜି ମନନାୟିକା
ଛୁଇଁ ଦେଇ ଚାଲି ଯାଉଛ
ସ୍ଵପ୍ନ ଲାଗଇ ଫିକା ॥
ଏବେ କିନ୍ତୁ ଚାଲିଯାଇଛ
କେଉଁ ଅଜଣା ବାଟେ
ଫେରିବ କି ନାହିଁ ଜାଣେନା
ଦିନ ଦୁଃଖରେ କାଟେ ॥
ତଥାପି କହୁଛି ପ୍ରିୟା ଗୋ
ତୁମେ ଯେଉଁଠି ଥାଅ
ମୋ'ରାଣ ତୁମକୁ ହୃଦୟ
ଝୁରେ ସବୁ ସମୟ ॥
