ଶାରଦୀୟ ଅଭିନନ୍ଦନ

0
ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ଵର, କାକଟପୁର, ପୁରୀ

ଆଉଥରେ ମହାବାହୁ
ବଂଶୀବାଲା ରୂପ ହେଉ
କଦମ୍ବ ଚହଟି ବାସୁ
ନିଶ୍ୱାସେ ବିଶ୍ୱାସ ବସୁ
ଖେଳିଯାଉ ମଳୟରେ ଅଗୁରୁ ଚନ୍ଦନ
ସତ୍ୟର ପ୍ରତିଷ୍ଠା ହେଉ
ନାଚିଯାଉ ଛନ୍ଦେ ଛନ୍ଦେ
ପରାଣେ ପୁଲକ ଭରି ପ୍ରାଣୀ ତନୁମନ
ଫେରିଆସୁ ସେ ଦ୍ୱାପର
ହେ ନନ୍ଦ ନନ୍ଦନ,
ଲୋଡ଼ା ନାହିଁ ଓଳିକର
ବାକୀ ଥିବା ସେ ମହାଭାରତ
ଫେରାଇ ଦିଅ ହେ ସଖା
ଶାନ୍ତି, ମୈତ୍ରୀ ,ପ୍ରେମ ଆଉ ସତ୍ୟ ॥

Post a Comment

0Comments
Post a Comment (0)