Email- skmahanty98@gmail.com
ଅନ୍ଧାର ରାତିରେ ଏକା ଏକା ଚାଲୁଥିବା ପଦ ଚିହ୍ନ ଥିଲା ଏକ ନାୟକର, ଯାହାର ଜୀବନ କାହାଣୀ ଶୁଣିବା ପରେ ବାଧ୍ୟ ହେଲି ନାଆଁଟି ଦେବାକୁ ବିଚିତ୍ର ନାୟକ । ତା'ଜୀବନ କାହାଣୀ କିଛି ଏମିତି ଥିଲା, ଦେବୀ ଦୁର୍ଗାଙ୍କ ଅସ୍ତ୍ରର ଆବିର୍ଭାବ ଦିନ ମହାଷ୍ଟମୀର ମଳୟର ପ୍ରଥମ ଭାଗରେ ଜନ୍ମ ପାଇବି ନିଜ ଭାଗ୍ୟକୁ ଆଉ ନିଜକୁ ଅଭିଶାପ ବୋଲି ଭାବି ନେଇଥିଲା ସେ । ଜୀବନର ପ୍ରଥମ ପାହାଚ ତା'ମାତୃ କୋଳରେ କଟିନଥିଲା, କଟି ଥିଲା ତା'ମାମୁଁଙ୍କ ଘରେ । ଅତି ଚଞ୍ଚଳ ଆଉ ଭାବନାମୟ ଜୀବନରେ ବିତେଇ ଚାଲିଥିଲା ତା'ବାଳୁତ ସମୟ । ଅଠର ବର୍ଷରେ ବୟସରେ ପାଦ ଦେଲା ପରେ ଜୀବନରେ ଆସିଲା ଏକ ମହୁର ବନ୍ୟା "ପ୍ରେମ " । ନିଜଠୁ ବଳି ଖୁବ ଅଧିକ ଭଲପାଉଥିଲା ସେ ଆଉ ଜଣକୁ, ଆଉ ଇଚ୍ଛା କରିଥିଲା ଚାଲିବାକୁ ତା'ସହିତ ସାରା ଜୀବନ । କିନ୍ତୁ କାହାକୁ କହିନଥିଲା, କି ସେ ପ୍ରେମିକାକୁ ବି ଜଣେଇ ନଥିଲା । ଭାଗ୍ୟର ବିଡମ୍ବନା ପୁଣି ସେଇ ଝିଅକୁ ସେ ତା'ଘରେ ପାଇଲା ତା'ଭାଉଜ ରୂପରେ । କିନ୍ତୁ ଭାଙ୍ଗି ନପଡି ହୃଦୟ ମଧ୍ୟରେ କବର ଦେଇ ଦେଲା ତା'ପ୍ରେମକୁ କାହିଁକି'ନା ଭାଉଜ ମାଆ ସମାନ !!
ଜୀବନର ଝଞ୍ଜା ଆଉ ଖରା ତାତିକୁ, ଆଉ ବର୍ଷାକୁ ସାଥି କରି ଚାଲିଲା ଆଗକୁ ଆଗକୁ । ଖୋଜି ନଥିଲା ଜୀବନରେ ଆଉ କାହା ପ୍ରେମକୁ, କାହିଁକିନା ସେ ଡରୁ ଥିଲା କାଳେ କାଳ ପୁଣି ଛଡେଇ ନେବ । ଏମିତି ଚାଲିବ ଭିତରେ ଅନ୍ଧ ମନୁଷ୍ୟର ଗଳି, ଦେଖା ହେଲା ଏକ ମନ ସହ । କିଛି ସମୟର କଥାବାର୍ତ୍ତାରେ ମନରେ ଆକର୍ଷଣ ଆଉ ହୃଦୟର କଷଣକୁ ମିଳିଗଲା ଯେମିତି ଏକ ନୂଆ ଦିଗ, ଏକ ମନ ଯିଏ କି ବୁଝି ପାରୁଥିବ ତା'କୁ ଆଉ ତା'ଭାଷାକୁ । ଏମିତି ଚାଲିବା ପରେ ପ୍ରକାଶ କଲା ତା'ମନର କଥା ଆଉ ପ୍ରେମିକା ବି ଖୁବ ସହଜରେ ବୁଝି ନେଲା ମନ କଥାକୁ । ଦୁହେଁ ଉଡି ବୁଲିଲେ ପ୍ରେମର ନୂଆ ରାଇଜରେ, କିଛି ବାଟ ଉଡ଼ିଗଲା ପରେ ସେ ଜାଣିବାକୁ ପାଇଲା ପୁଣି ଭାଗ୍ୟ ତା'ଜୀବନକୁ ବହୁତ ଜଲଦି ନେଇଯିବ । ପ୍ରସ୍ତୁତ ହେଲେଣି ଯମ, ଆଉ କେବେଳ ଯମଦୂତଙ୍କର ଅପେକ୍ଷା । କଣ କରିବ ସେ ଏବେ, ତା'ଜୀବନରେ ଏମିତି କାହିଁକି ହେଲା ? ହୁଏତ ସେ ଯେତେବେଳେ ଜୀବନକୁ ଭଲ ପାଉନଥିଲା, ସେତେବେଳେ ଜାଣିଲାନି କାହିଁକି ?? କି ସେ ଏ ଦୁନିଆଁ ପାଇଁ ମାତ୍ର କେଇ ଦିନର ଅତିଥି । ଧମ୍ଭ କରି ହୃଦୟକୁ ବଂଚିବାକୁ ଆରମ୍ଭ କଲା ଏକ ଜୀବନ, ଯେଉଁଥିରେ କି ପ୍ରତି ମୁହୂର୍ତ୍ତରେ କହୁଥିବା ଗୋଟେ କଥା.. "ତୋ ସମୟ ପାଖେଇ ଆସିଲାଣି" ।
ଏମିତି ଏକ ସମୟରେ ପୁଣି ଗୋଟିଏ ଘଟଣା ଘଟିଲା ତା'ଜୀବନରେ । ପୁଣି ଏକ ପ୍ରେମିକା ଯିଏ କି ୟାକୁ ଭଲ ପାଉଛି ନିଜ ଜୀବନଠୁ ଅଧିକ । ସେ ଏମିତି ଏକ ଦ୍ଵିଧାରେ ଗତି କଲା ଜଣକୁ ସେ ବହୁତ ଭଲପାଏ, ଆଉ ସେ'ବି ତାକୁ ଜୀବନଠୁ ଅଧିକ ଭଲପାଏ । ଆଉ ଜଣେ ତା'ଜୀବନକୁ ୟାକୁ ଦେଇ ଦେଇଛି । କଣ କରିବ ଏବେ ସେ ? ତା'ଜୀବନ ରେ ଏକ ଦ୍ଵନ୍ଦ । ପ୍ରତିକ୍ଷଣରେ ଜୀବନକୁ ଗଣୁଥିବା ଏକ ସମୟ ଆର ପଟରେ ପ୍ରେମ । ଯେତେବେଳେ ପ୍ରେମ ନଥିଲା ଜୀବନ ଥିଲା । ଏବେ ପ୍ରେମର ଶ୍ରାବଣ ଅଛି ହେଲେ ଜୀବନ କହୁଛି ତୁ'ଟା ଅଳ୍ପ ଦିନର ଅତିଥି । ସେ ସେଇ ରାସ୍ତାରେ ଗୋଟେ କଥା ପଚାରି ଚାଲିଥାଏ କାହିଁକି ? କାହିଁକି ?? କାହିଁକି ?? କିଏ ଦବ ତା'ର ଉତ୍ତର ! ତା'ଜୀବନ କଥା ଶୁଣି ଇଚ୍ଛା ହେଲା କହିବାକୁ ଏଇତ "ବିଚିତ୍ର ନାୟକ"
0 Comments
You can write now your valuable comments here. Off-topic comments may be removed or deleted without prior notice.