ବିକେଶ ସାହୁ
ଭୁଷଲାର୍ଡ, ସିନ୍ଧେକେଲା, ଜିଲ୍ଲା- ବଲାଙ୍ଗୀର
ଦୂରଭାଷ – ୭୭୫୨୦୬୬୨୧୭
ଥରେ ବନ୍ଦୀ ହୋଇଦେଖ
ପ୍ରେମର ଏ ହାଜତ ଭିତରେ
ଏଠି ଦିନଟିଏ କେମିତି
ହୋଇଯାଏ ବର୍ଷଟିଏ ।
ପ୍ରତିଟି ସମୟ କେମିତି ଯେ
ମରିମରି କାଟିବାକୁ ହୁଏ
ସେଇ ଚାରି କାନ୍ଥ ଘେରା
ନିବୁଜ କୋଠରୀରେ ।
ଆଲୋକ କୁ ଭୁଲି ଯାଇ
ଅନ୍ଧାରକୁ ଆପଣେଇବା କୁ ହୁଏ
ହସ ଭୁଲି ଯାଇ ଏଠି
ପ୍ରତି ମୁହୂର୍ତ୍ତ କାନ୍ଦିବାକୁ ହୁଏ ।
ସବୁ ଆଶା ଆକାଂକ୍ଷାର ତଣ୍ଟିଚିପି ଦେଇ
ମରିମରି ବଞ୍ଚିବାକୁ ହୁଏ
ଏକା ଏକା କାନ୍ଦିବାକୁ ହୁଏ ଏଠି
ଏକା ଏକା ହସିବାକୁ ହୁଏ ।
ପ୍ରତିଟି ସମୟ ଏଠି ପଡେ ବେତମାଡ଼
ନା ଏଠି ଖାଇହୁଏ ନା ଶୋଇହୁଏ
ହୃଦୟର ସେଇ ଟିକି ଆଶା ପାଇଁ
ଏଠି ସବୁ ସହି ବଞ୍ଚିବାକୁ ହୁଏ ।
ସବୁବେଳେ ତ ହଜିବାକୁ ହୁଏ
ସେଇ ସୃତିର ସହରେ
ଆଉ କାହା ଖୁସିଟିକେ ପାଇଁ
ନିଜକୁ ତ ଭୁଲିବାକୁ ହୁଏ ।
ଆଉ କାହା ଇଛା ଟିକେ ପାଇଁ
ନିଜ ଇଛା ମାରିବାକୁ ହୁଏ
ସ୍ୱାଧୀନତା ଥାଇ ପୁଣି
ପରାଧୀନ ହେବାକୁ ହୁଏ ।
ନିତି ନିତି କେତେ ଜଳିବାକୁ ହୁଏ
ଯନ୍ତ୍ରଣା ଜୁଇଁରେ
ଲକ୍ଷ୍ୟ ଭୁଲି ଲକ୍ଷ୍ୟହୀନ ମଣିଷ ପରି
ନତିି ନିତି ଚାଲିବାକୁ ହୁଏ
ଏକ ଭିନ୍ନ ଦିଗନ୍ତରେ...........
ଥରେ ବନ୍ଦୀ ହୋଇ ଦେଖ
ପ୍ରେମର ଏ ହାଜତ ଭିତରେ......
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ୱେବ ରେଡିଓ
- ଇଭେଣ୍ଟ
- ନୂତନ ସଂସ୍କରଣ
- ସାହିତ୍ୟ ସଂସ୍କୃତି ଖବର
0 Comments
You can write now your valuable comments here. Off-topic comments may be removed or deleted without prior notice.