ବିକେଶ ସାହୁ
ଭୁଷଲାର୍ଡ, ସିନ୍ଧେକେଲା, ଜିଲ୍ଲା- ବଲାଙ୍ଗୀର
ଦୂରଭାଷ – ୭୭୫୨୦୬୬୨୧୭
ହଁ, ମୁଁ ଦରିଦ୍ର
ମୁଠାଏ ଭାତ ପାଇଁ
ଖଣ୍ଡିଏ ରୁଟି ପାଇଁ
ଅନ୍ୟ ଆଗେ
ପତାଏ ମୁଁ ହାତ ।
ଆଉ କ'ଣ କରନ୍ତି ଯେ
କାହାକୁ ବା ଦେବି ଦୋଷ
ଏ ସମାଜ କୁ ନା
ସେଇ ସୃଷ୍ଟି କର୍ତ୍ତା ଙ୍କୁ
ଯିଏ ମୋତେ ଜନ୍ମରୁ
କରିଦେଲେ ବିକଳାଙ୍ଗ ।
ଅପଦାର୍ଥ ପଙ୍ଗୁ ବୋଲି ସିନା
ମାଗୁଛି ମୁଁ ଭିକ
କେବେ ତ ମୁଁ କାହାଠାରୁ
ନେଇନି ଉଧାର ।
ଯିଏ ଦେଲେ ଭଲ
ନ ଦେଲେ ବି ଭଲ
ବାଧ୍ୟ ତ ମୁଁ କେବେ
କରେନି କାହାକୁ
ଯାହା ମିଳେ
ସେତିକି ତ ଯଥେଷ୍ଟ ।
ବେଶିି କିଛି ପାଇବାର
ତିଳେ ହେଲେ
ନାହିଁ ମନେ ଲୋଭ
ଏଇ ପେଟ ଟା ପାଇଁ
ସହିଛି କେତେଯେ
ଅପମାନ ସମାଜର ।
ଆକାଶ ମୋ ଛାତ ହେଲେ
ପୃଥିବୀ ମୋ ଘର
କେବେ କେଉଁ ରାସ୍ତା କଡରେ
ତ ଆଉ କେବେ ଗଛ ମୂଳେ
ନିଶଙ୍କା ରେ କଟିଯାଏ
ଜୀବନଟି ମୋର ।
ନା ଥାଏ ମରିବାର ଭୟ
ନା ବଂଚିବାର ଖୁସି
ଅପେକ୍ଷା ତ ମୃତ୍ୟୁ କୁ
କେବେସେ ଆସିବ
ମରି ମରି ବଂଚିବାଠୁ
ମରିବାକୁ ମଣେ ଶ୍ରେୟସ୍କର ।
ନା ଥିବ ଅନୁତାପ ମୋ ମୃତ୍ୟୁର
ନା ଥିବ କିଛି ଚିନ୍ତା
ନା ଥିବ କାହାରିକୁ
ମୋ ମୃତ୍ୟୁର ଦୁଃଖ
କାନ୍ଦିବା କୁ ନ ଥିବେତ
ଦୁନିଆରେ ମୋର କେ ନିଜର ।
ପଙ୍ଗୁ ବୋଲି ସିନା
ମାଗୁଛି ମୁଁ ଭିକ
ମୋ ମଥାରେ ଦିଅନା
ଅକର୍ମଣ୍ୟ କଳଙ୍କର ଦାଗ
ହଁ, ମୁଁ ଦରିଦ୍ର
ହଁ, ମୁଁ ଦରିଦ୍ର ।
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ୱେବ ରେଡିଓ
- ଇଭେଣ୍ଟ
- ନୂତନ ସଂସ୍କରଣ
- ସାହିତ୍ୟ ସଂସ୍କୃତି ଖବର
0 Comments
You can write now your valuable comments here. Off-topic comments may be removed or deleted without prior notice.