ବିକେଶ ସାହୁ
ଭୁଷଲାର୍ଡ, ସିନ୍ଧେକେଲା, ଜିଲ୍ଲା- ବଲାଙ୍ଗୀର
ଦୂରଭାଷ – ୭୭୫୨୦୬୬୨୧୭

ଆଜି ବି ତ ଅଛି
ନିର୍ବିକାର ହୋଇ
ଆମ ଗାଁ ନଈ ପଠା
ଯେଉଁ ଠାରେ ପ୍ରିୟା
ହେଲା ତୁମ ସହ
ମୋର ପ୍ରଥମ ଦେଖା ।
ଯେଉଁ ଠାରେ ତୁମେ
ମନ ଚୋରି କଲ
ଦେଇଥିଲ ତୁମ ଛୁଆଁ
ସେ ସବୁ ତ ଆଜି
ମନେପଡି ଯାଏ
ଭୁଲି ପାରିନି ଗୋ ପ୍ରିୟା ।
କେତେ ବାଲି ଘର
ଗଢ଼ିଥିଲେ ଦୁହେଁ
ଆଜି ତ ସେ ସବୁ ନାହିଁ
ହେଲେ ପ୍ରିୟା ତୁମ
ସେ ଅତୀତ ସ୍ମୃତି
ଜୀବନ୍ତ ମୋହରି ପାଇଁ ।
କେତେ ଦୋଳିଖେଳ
ଖେଳି ଥିଲେ ଦୁହେଁ
ଗାଁ ବର ଓହଲରେ
ଖିଲି ଖିଲି କେତେ
ହସି ଥିଲ ତୁମେ
ତୁମ ସେ ମିଠା ଓଠରେ।
ତୁମେ ସିନା ଆଜି
ଭୁଲି ଗଲ ସବୁ
ରହି ଦୂର ବିଦେଶରେ
ହେଲେ ଯେତେ ଦିନ
ବଞ୍ଚିଥିବି ପ୍ରିୟା
ତୁମ ସ୍ମୃତି ଚାରଣରେ ।
ତୁମେ ନାହିଁ ସତ
ଆଜି ମୋ ପାଖରେ
ହେଲେ ତୁମ ସ୍ମୃତି ଅଛି
ତୁମ ଫେରିବାର
ଶେଷ ଆଶା ନେଇ
ଆଜି ବି ତ ମୁଁ ବଞ୍ଚିଛି ।