ଇଂ ଦୀପ୍ତି ରଞ୍ଜନ ପଣ୍ଡା, ନିର୍ବାହୀ ଯନ୍ତ୍ରୀ
ଜୁନାଗଡ ରାଇଟ କେନାଲ ଡିଭିଜନ, ଜୁନାଗଡ
ଦୂରଭାଷ - ୯୪୩୭୦୮୧୩୩୩

ସଂସାର ହାଟରେ ପସରା ମେଲାଇ
ବେଳ ଗଡିବାକୁ ଚାହିଁଛି ଅନାଇ ।
ବେଳେ ବେଳେ ମୁହିଁ ସାଜୁଛି ଗ୍ରାହକ
କେତେବେଳେ ମଧ୍ୟ ପସରା ମାଲିକ ।
ହାଟ ଆରମ୍ଭରେ ଜାଣେନାହିଁ କିଛି
କାନ୍ଦିବା, ହସିବା କେବଳ ଜାଣିଛି ।
ସଂସାର ହାଟରେ ଯେତେ କିଣାବିକା
ବେଳ ଗଡିବାର ପୂର୍ବୁ କରିପକା ।
ବିକିବା, କିଣିବା ଶେଷ ହେଲାପରେ
ଲାଭ ଅବା କ୍ଷତି ସବୁ ଜଣାପଡେ ।
ପୋକା ପରିବାକୁ ବାଛିଦେଇ ଯିଏ
ଭଲକୁ କେବଳ ଗରାଖକୁ ଦିଏ ।
ସେପରି ଲୋକର କ୍ଷତି ହେବନାହିଁ
ଲାଭ ସୁନିଶ୍ଚିତ ଦ୍ୱିଧା ରଖନାହିଁ ।
ବେଳ ଗଡିଗଲେ ଶେଷ ହୁଏ ହାଟ
ସରିଯାଏ ଆମ ସଂସାରର ନାଟ ।
ଲାଭ ଓ କ୍ଷତିର ବିଚାରକୁ ନେଇ
ପାପ ପୁନିଅର ଫଳ ମିଳିଥାଇ ।