ବଣମଲ୍ଲୀର ଅଭିବ୍ୟକ୍ତି - ଲକ୍ଷ୍ମୀନାରାୟଣ ପଟ୍ଟନାୟକ

0

ପ୍ରତିଷ୍ଠାତାଙ୍କ କଲମରୁ


ଲେଖୁଛି କବିତା ହୃଦୟର କଥା
ନାହିଁ ମୋର କବି ଜ୍ଞାନ
ପ୍ରିୟା ମୋ ପଢୁଛି ମୁରୁକି ହସୁଛି
କବି ହେଲ କେଉଁ ଦିନ ??


ସୁନାର କଙ୍କଣ, ସ୍ଵର୍ଗ ପାରିଜାତ
ହୀରାର ପାଦ ପାଉଁଜି
କବିତାର ଛନ୍ଦେ ଆଣିବି ମୁଁ ତୋଳି
ଦେବି ପ୍ରିୟା ହାତେ ଗୁଞ୍ଜି ॥


ଜହ୍ନର ଜୋଛନା ମୋ’କବିତା ବାସ୍ନା
ପୁଲକିତ କରେ ମନ
କାନେ କହିଯାଏ ପ୍ରୀତିର ସେ ଗୀତି
କିବା ରାତି କିବା ଦିନ ॥


ପ୍ରେମ ପ୍ରଣୟର ରାଗିଣୀ ତୋଳିବି
ଗାଇବି ଗୌରବ ଗାଥା
ସଜାଗ କରିବି ସମାଜକୁ ଗୀତେ
ଦେବି କବିତାରେ ଶିକ୍ଷା ॥


ପଢୁ ବା ନପଢୁ ଅବା ମୁହଁ ମୋଡୁ
ଦୁଃଖ ବି ଟିକେ ନଥାଏ
ଲେଖୁଛି ଲେଖିବି ଆଗକୁ ଲେଖିବି
ଜୀବନଟା ଥିବା ଯାଏ ॥


ସାଜି ବଣମଲ୍ଲୀ ଅରଣ୍ୟ ଆଦରି
ଗୋପନରେ ଫୁଟୁଥିବି
ସୂରୁଜ ଉଇଁଲେ ନୂଆ ସକାଳରେ
ଅକାଳରେ ଝଡିଯିବି ॥


ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ପ୍ରତିଷ୍ଠାତା- ବଣମଲ୍ଲୀର ମହକ
ଖୋରଧା, ଓଡିଶା
ଦୂରଭାଷ- ୯୪୩୭୧୮୩୯୩୭

Post a Comment

0Comments
Post a Comment (0)