ସେ ହିଁ ଜନନୀ ସତ

0

ବଲବନ୍ତ ସାହୁ (ବବଲୁ )
ଭୂଷଲାର୍ଡ, ସିନ୍ଧେକେଲା,ଟିଟିଲାଗଡ଼
ଦୁରଭାଷ-୯୦୭୮୧୦୫୨୩୪
ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର ,ଟିଟିଲାଗଡ଼


ହୃଦୟ ସ୍ପନ୍ଦନ ଦ୍ରୁତତର ହୁଏ
ଜନନୀକୁ ମନେ ଆସି
କେତେରାତି ଯେ ଭୋକରେ ଶୋଇଛି
କେତେ ଉଜାଗର ନିଶି ।୧।


ସହି ଦୁଃଖକଷ୍ଟ ସହିଛି ସେ ପୀଡା
ଦଶ ମାସ ଦଶ ଦିନ
କେତେ ଲୁହଧାର ନୟନୁ ଝରିଛି
ତଥାପି ଭାଙ୍ଗିନି ମନ ।୨।


ହାତଧରି ଯେ ଚାଲିବା ଶିଖାଏ
ପାରୁନାହିଁ ଚାଲି ପଥ
କେଉଁ ପଥେଗଲେ ଚାଲି ସେ ପାରିବ
ଜାଣିପାରେ ନାହିଁ ମିତ ।୩।


ଦୁଃଖକଷ୍ଟ ପୁଣି ନିନ୍ଦା ଅପମାନ
ସେକାଳେ ପୁଣି ପାହାର
କିଏବା ପଚାରେ ଭିକ୍ଷୁକ ହୋଇଲେ
ନଦିଏ କିଏ ଆହାର ।୪।


ଦ୍ୱାରଦ୍ୱାର ବୁଲି ଭିକ୍ଷୁକ ହେଉଛି
ଜନ୍ମଦାତ୍ରୀ ନିଜ ମାଆ
ପୁଅ ରହୁଅଛି ପତ୍ନୀ ସଙ୍ଗତେ
ଭୁଲିଯାଇ ନିଜ ଗାଁ ।୫।


ମଣିଷ ହେଇକି କାହିଁକି ବନ୍ଧୁହେ
କୁକୁରଠୁ ହୁଅ ହୀନ
ସ୍ୱାର୍ଥ,ଲୋଭ ମାୟା କରିଦିଅ ଦୂର
ଯଶ ଥିବ କାଳ କାଳ ।୬।


ଜନନୀର ସ୍ଥାନ ଈଶ୍ବରଠୁ ବଳି
ହୃଦେ ରଖିଥିବ ମିତ
ମରଣ ପର୍ୟ୍ୟନ୍ତ ଯେ ଭଲପାଏ
ସେ ହିଁ ଜନନୀ ସତ ।୭।

Post a Comment

0Comments
Post a Comment (0)