ଶିକ୍ଷା

0

ବଲବନ୍ତ ସାହୁ (ବବଲୁ )
ଭୂଷଲାର୍ଡ, ସିନ୍ଧେକେଲା, ଟିଟିଲାଗଡ଼
ଦୁରଭାଷ- ୯୦୭୮୧୦୫୨୩୪
ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ, ଟିଟିଲାଗଡ଼


"ମଣିଷ ମାନେ ହିଁ ଅଜ୍ଞ", ହଁ ଆଜ୍ଞା କଥାଟା ଲାଗିପାରେ ଅଡୁଆ କାହିଁକିନା - "ଆଜି ମଣିଷ ଚନ୍ଦ୍ରପୃଷ୍ଠରେ ପାଦଦେଲାଣି, ସେକେଣ୍ଡ କେଇଟରେ ଆମେରିକାରୁ ଭିଡିଓ କଲିଂ, ପୃଥିବୀ ଧ୍ବଂସକାରୀ ବୋମା ତିଆରି କଲାଣି । ତେବେବି ଏ ସତ ଆଜ୍ଞା, ନହେଲେ କଣ ସେ କାନ୍ଦିକାନ୍ଦି ଜନ୍ମ ନିଅନ୍ତା ? ଲୋକେ କେତେ ଜପତପ ପରେ ମଣିଷ ଜନ୍ମ ପାଉଛନ୍ତି, ସେ କଣ ମଣିଷ ଜନ୍ମ ପାଇ କାନ୍ଦନ୍ତା ? ଆଜ୍ଞା ମୋର କହିବା ତାପ୍ତର୍ଯ୍ୟ ଯେ- "ମଣିଷ ମୂଳରୁ କିଛି ଜାଣିନଥାଏ ପରେ ଆସ୍ତେ ଆସ୍ତେ ଜାଣିନଥିବା ବସ୍ତୁ ବିଷୟରେ ଜାଣେ । ଏହା ସମ୍ଭବ ହୁଏ ଶିକ୍ଷା ଦ୍ବାରା । ହଁ ଆଜ୍ଞା ଶିକ୍ଷା ଦ୍ବାରା ।


ବିଦ୍ୟାଳୟ ତଥା ଅନ୍ୟ ଶିକ୍ଷାନୁଷ୍ଠାନ ମାନଙ୍କରେ ଦିଆଯାଉଥିବା ଶିକ୍ଷା ଯେ ବାସ୍ତବ ଶିକ୍ଷା ଏହା ସମ୍ପୂର୍ଣ୍ଣ ଭୁଲ । ତାହେଲେ ଶିକ୍ଷା କଣ? ଶିକ୍ଷାର ଅର୍ଥ - " ମଣିଷ ହେଉବା ପ୍ରାଣୀ ନିଜର ଦୈନନ୍ଦିନ ଜୀବନରେ ପରିବେଶ, ଅଭିଜ୍ଞତା ଓ ଅନୁଭୂତିକୁ ଆଧାର କରି ଯେଉଁ ନୂତନ ଜ୍ଞାନ ଆହରଣ କରନ୍ତି ତାହାହିଁ ଶିକ୍ଷା"।


ଆଜ୍ଞା ଯୁଗ ବଦଳିଗଲାଣି ଆଧୁନିକ ଯୁଗ ପରା ଓଡ଼ିଆ ଆଉ କଣ ଲୋକେ ପଢୁଛନ୍ତି ? ନା ନା, ଇଂରାଜୀରେ କହିବା - "Through the experience and environment modification of behaviors is called education"


କ୍ଷମା ଚାହିଁବି ଆଜ୍ଞା ଭୁଲିଯାଇଥିଲି ଆଧୁନିକ ଯୁଗରୁ ଆମେ ଅତ୍ୟାଧୁନିକ ଯୁଗରେ ଆଜି, କମ୍ପୁଟର ଯୁଗରେ ପରା ।ଇଂରାଜୀ ମଧ୍ୟ ବୁଝାପଡୁନି, କମ୍ପୁଟର ଭାଷା ଶିଖିଲୁଣି ଆଉ shortcut ରେ ଜାଣିବା :
E- Energy  (ଶକ୍ତି)
D- Discipline (ଶାନ୍ତି)
U- Unity (ଏକତା)
C- Confidence (ଆତ୍ମବିଶ୍ବାସ)
A- Aim (ଲକ୍ଷ୍ୟ)
T- Talent (ଧୀଶକ୍ତି )
I- Interest (ଇଛାଶକ୍ତି)
O- Opportunities (ସୁଯୋଗ )
N- Nationality (ଜାତୀୟତା)


ଅର୍ଥାତ.. ଶିକ୍ଷା ଏକାଧାରରେ ଜୀବନ ଯାତ୍ରାରେ ଆଗକୁ ବଢ଼ିବାରେ ଶକ୍ତି ଯୋଗାଇଥାଏ, ଜୀବନର ଦୁଃଖ ମଧ୍ୟରେ ଶାନ୍ତି ଯୋଗାଏ, ସମସ୍ୟା ସମାଧାନ ପାଇଁ ଏକତା କରିଥାଏ, ଆତ୍ମବିଶ୍ବାସ ବଢ଼ିଇଥାଏ, ଲକ୍ଷ୍ୟ ପୁରାଣରେ ସାହାର୍ଯ୍ୟ କରେ, ଧୀଶକ୍ତି ବଢାଏ, ଇଛାଶକ୍ତି ବଢାଏ, ସୁଯୋଗ ସୃଷ୍ଟି କରିଥାଏ, ଜାତୀୟତା ମନୋଭାବ ସୃଷ୍ଟି କରିଥାଏ । ଅର୍ଥାତ ଶିକ୍ଷା ଦ୍ଵାରା ସବୁକିଛି ସମସ୍ୟାର ସମାଧାନ କରାଯାଇପାରେ ।ପରିଶେଷରେ ଏତିକି ଜଣାପଡେ ଯେ ଶିକ୍ଷା ଧନୀ ଗରିବ, ପିଲା, ବୁଢ଼ା, ସଭିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

Post a Comment

0Comments
Post a Comment (0)