ଡକ୍ଟର ଲକ୍ଷ୍ମଣ ସାହୁ
ଓଡିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ
ଦୂରଭାଷ - ୯୪୩୭୭୪୦୨୮୦
(କାହ୍ନା ଏକ ଦୀର୍ଘକବିତାର କିୟତାଂଶ)

କାହ୍ନା,
ତୋ' ନାଁରେ ଆଜି ଯେତେ
ମିଛ ସତ ଯୋଡି
ମା'ଯଶୋଦାଙ୍କୁ ଚିଠି ମୁଁ ଲେଖିଲି
କାହିଁ ପୁଣି ବାରଂବାର ଚିରି ଦିଏ
କାହାକୁ କଣ ଲେଖୁଛି
ମୋ ହୃଦୟ ପ୍ରେମିକ ନାଁ'ରେ
ଜାଣେ ତୋ ଏ ଦୃଷ୍ଟ ପଣିଆରୁ
ତୁ ମୋତେ ବେଶୀ ଭଲଭଲ ଲାଗୁ
କେଡେ ସୌଭାଗ୍ୟବତୀ ମୁଁ
ପାଇଛି ତୋତେ ମୋର ଏ
ଅପୂର୍ଣ୍ଣତା କୁ ପୂର୍ଣ୍ଣ କରିବାକୁ ।

ସେଦିନ ତୋ'କଥା ଯଶୋଦା
ମା'ଙ୍କୁ କହିଲି ବୋଲି ତୁ ମୋତେ
ଚୋରଣୀ କଲୁ ନଟୁ ଅଛି
କହି ମୋତେ ବିବତ୍ସ କଲୁ
ସରମରେ ମରିଗଲି ଅର୍ନ୍ତ୍ରବାସ ବିନା
ମାଆ ଯଶୋଦା ହସୁଥିଲେ ଖିଲିଖିଲି
ଏଇ ତୋ ଦୃଷ୍ଟାମିରେ ତୋ ଏ
ମିଛ ମିଛ ବାହାନାରେ ତୁ
ସେତେବେଳେ ଲୋଟି ପଡିଥିଲୁ
ମୋ'ଛାତିରେ କେଉଁ ଏକ ଅଜଣା
ପୁଲକରେ, ଜାବୋଡି ଧରିଥିଲି
ତୋତେ, ଅପୂର୍ବ ଶିହରଣରେ
ତୁ' ଚୁମି ଯାଉଥିଲୁ ମୋ' କପାଳ,
ନାସା, ଓଠ, ଚିବୁକ, ଆଉ ସ୍ପର୍ଷ
କରୁଥିଲୁ ମୋ ସ୍ତନ ଜଂଘସ୍ଥଳ ଖୁବ୍
ସତେ କେଡେ ନିର୍ଲଜ ପଣରେ,
ମା'ଯଶୋଦା ପାଖରେ, ସେ' ବା
କାହିଁ ବୁଝିବେ, ଯେଉଁଠି ତୁ' ତାଂକ
ପାଖେ, ଦୃଶ୍ୟରୁ ଅଦୃଶ୍ୟ
ଅଦୃଶ୍ୟରୁ ଦୃଶ୍ୟ ହେଉ ନୀତି ।

କାହ୍ନା'
ସେଇଲାଗି ମୋତେ ଭଲ ଲାଗେ
ଏଇ ବଣ, ପାହାଡ, ଝରଣା
ମଲ୍ଲୀ, ଜାଈ, ଯୂଈ, ହେନା
ଓଦା ଓଦା ବାଲି, ନରମ ଘାସ
ସବୁଜ ପତ୍ର, ସବୁଠିରେ ତୁ' ଆଉ ତୁ'
ଏ ପୃଥିବୀର ବାୟୁ, ଜଳ, ମାଟି ଓ
ଆକାଶ'ରେ ତୁ'
ସେଲାଗି, ସବୁକୁ ଏକାଠି କରି
ତୋ'ପାଇଁ ସଜେଇ ଦିଏ
ଏ ଦେହ ଆଉ ମନ ।
ତୋ କଥା ଭାବୁଭାବୁ ଦେହ ମୋ
ଶିର୍ ଶିର୍ ହୋଇ ଉଠେ
ସ୍ତନଦ୍ୱୟରେ ଉଠେ ପୃଥିବୀର
ଭୂମିକଂପ, ହାଇଟିଏ ମାରେ
ମନେପଡେ, ମା'ଯଶୋଦା କହୁଥିଲେ
ନା' ରାଧା ବିନା କାହ୍ନା'
ନା' କାହ୍ନା ବିନା ରାଧା' ।

ସତେତ କାହ୍ନା
ତୁ' ମୋର ଏକୋଇ ପ୍ରେମିକ'
ମୁଁ' ତୋହର ଏକୋଇ ପ୍ରେମିକା !!!

ପୂର୍ବରୁ ପଢନ୍ତୁ