ଗିରି କନ୍ୟା

0
କପିଳେଶ୍ଵର ରାଉତ
ଟିକର ପଡା, ଜିଲ୍ଲା - ଯାଜପୁର

ଗିରି କନ୍ୟା ହୁଏ ଝରଝର
ଲାଗେ ଥରଥର
ଦୃଶ୍ୟତେ ହୁଏ କାତର
ସେ କନ୍ୟା ଗିରିର
ଭୂତି ତା ଶରୀର
କର୍ମ ଲାଗି ସମାଚାର
ଷଠ ପରିବାର
କରେ ଛାରଖାର
ଦେଖେନି କେବେ ବବର୍ର
ହେଈ ଝରଝର
ଯାଏ ବହୁଦୂର
କ୍ଷେପେ କ୍ଷେତ ଆଊ ପ୍ରାନ୍ତର ରଖି ଅହଙ୍କାର
ନ ହେଇ ବିର୍କର
ସର୍ବ କରେ ଦିଏ ଜୁର
ନୀଳ ଜଳ ତାର
ଭାରି ମନେହର
ଗତି କରେ ପ୍ରଖର
ହୋଇ ଥରଥର
କେତେ ଗାତ୍ରଚର
ଶିହରୀ ନିଅତ୍ତି ଡର
ପିକ ସମ ସୁର
କଳ କଳ ଝର
ଶ୍ରବଣେ ଭୂଲେ କାତର
କି ଶୀତଳ ନୀର
ସ୍ପର୍ଶ ରେ ଶରୀର
ହୁଏ ଥରଥର
ପାର୍ଥିକ ର ଶୀର
ଦେଖିତା ଶରୀର
ମଣି ନିଏ ତାକୁ ସାର
ଉଜ୍କଳ ଭାସ୍କର
କିରଣେ ତାର
ଝଲସେ ରୂପେଲି ଗାର
ନୁହେଁ ସେ ନିଷ୍ଟୁର ନାହିଁ ତା ତୀର
ମାଡିଯାଏ ନଦେଖି ବନ୍ଦୁର

Post a Comment

0Comments
Post a Comment (0)