ସିମାଞ୍ଚଳ ରଣା
ଗ୍ରାମ- କୁର୍ତ୍ତମଗଡ଼, ଥାନା- ତୁମୁଡିବନ୍ଧ, ଜିଲ୍ଲା- କନ୍ଧମାଳ

ନୀରବେ ବସି ଏ ରୁଦ୍ଧ ବାତାୟନେ,
ଭାଳୁଛି ପୂରୁବ ସ୍ମୃତିକୁ ମନେ,
ସ୍ଵାଗତିଥିଲି ମୁଁ ତୁମ ଆଗମନେ,
ଦୀପ ପୁଷ୍ପ ଆଉ ବାସ ଚନ୍ଦନେ,
ନବଯୌବନ କୁଆଁରୀ ଲାଜେ,
ଆସିଥିଲ ତୁମେ ମୋ ଜୀବନେ ।
ସଜାଇ ଅଙ୍ଗକୁ ନୀଳ ବସନେ,
ରକ୍ତଜବା ଅଳତା ବୋଳିଦେଇ ପାଦେ,
ଝୁମ୍ ଝୁମ୍ ପାଉଁଜିର ତାଳେ ତାଳେ,
ନାଚୁଥିଲ ମୋ ମନ ଅଗଣାରେ ତୁମେ,
ଛଳନାର କାଦୁଅ ଛିଟା ଫିଙ୍ଗିଛ ମୋ ପ୍ରେମେ ।
ଭୁଲିପାରିନି ମୁଁ ସେ ନିଷିଦ୍ଧ ରାତିକୁ,
ଏବେବି ରଖିଛି ମନେ,
ମର୍ମେ ମରମ ମରଇ କେତେ,
ଯାପକ୍ଷେ ମାରିଚି ସେ ଜାଣିଛି ସତେ !
ପାଖେ ତୁମେ ନାହଁ ବୋଲି ଦୁଃଖ ନୁହେଁ ଅଳପ,
ଦୁଃଖ ବୁଝିବାକୁ କେହି ନାଁହାନ୍ତି ପାଖେ,
କରେ ମୁ ଏକାକୀ ଆଳାପ ।