ବିକେଶ କୁମାର ସାହୁ
ଭୂଷଲାଡ଼, ସିନ୍ଧେକେଲା, ବଲାଙ୍ଗୀର, ଦୂରଭାଷ- ୭୭୫୨୦୬୬୨୧୭

କି ଦୋଷ ଥିଲା ବା ତା'ର ?
କି ଭୁଲ କରିଥିଲା ସେ ?
କଣ ତା'ର ବିବାହ କରିବା ଭୁଲ
ମାଆ ବାପା ଘରଦ୍ୱାର ଛାଡ଼ି
ଏକ ଅଚିହ୍ନା ମଣିଷର
ହାତ ଧରିବା କଣ ଭୁଲ ?
ପ୍ରତିଟି ସମୟରେ ନିଜକୁ
ପର ପାଇଁ ଉତ୍ସର୍ଗ କରିବା
କଣ ତା'ର ଭୁଲ ?
କେଉଁ ଭୁଲର ଶାସ୍ତି
ଦଉଛି ଏ ସମାଜ ତାକୁ ?
କି ଭୁଲ କରିଛି ସେ ?
ପ୍ରତିଟି ଘାତ ପ୍ରତିଘାତକୁ
ଚୁପଚାପ ସହିଯାଇ
ଅନ୍ୟ ମୁହଁରେ ହସର ଲହରୀ
ଖେଳାଇ ବା କଣ ଭୁଲ ?
ସମସ୍ତ ବ୍ୟଥାକୁ ହୃଦୟରେ ଚାପିରଖି
ପ୍ରତି ସମୟରେ ଅନ୍ୟର ହିତ
ଚାହିଁବା କଣ ଭୁଲ ?
ଯଦି ଭାବୁଛି ଏ ସମାଜ
ସେଇଟା ତା'ର ଦୁର୍ବଳତା..
ନା ସେ ଦୁର୍ବଳା ନୁହେଁ
ଧ୍ୱଂସି ପାରେ ସେ
ସୃଷ୍ଟି କରିପାରେ ସେ
ପାଳନ ବି କରିପାରେ ସେ ।
କେବେ ସେ ଦୁହିତା
ତ କେବେ ଅର୍ଦ୍ଧାଙ୍ଗିନୀ
କେବେ ସ୍ନେହମୟୀ ମାଆ
ତ କେବେ ସେ ଦୁର୍ଗତିନାଶିନୀ
ଅନ୍ୟାୟ ବିଧ୍ୱଂସିନୀ
ସେ ହିଁ ସର୍ବଂସହା ନାରୀ ।