ବିଜେଡି ଦଳକୁ ଛାନିଆ କଲାଣି
କ୍ରଅସ ଭୋଟିଙ୍ଗ ଭୂତ,
ମନେ ମନେ ନଡୁ କଂଗରେସ ଖାଇ
ହଉଚି ଉଲୁକୁମାତ ।
କେତେ ମିଛ କେତେ ସତ,
ଠିକଣା ବେଳକୁ ଜବାବ ରଖିବେ
ଭର୍ତ୍ତୁହରି ତଥାଗତ ।
କର୍ଣ୍ଣ ମରୁ ଅବା ଅରଜୁନ ମରୁ
କୋଇନ୍ତା ନୁହଁଇ ଭୀତ,
ରାଷ୍ଟ୍ରପତି ପେଇଁ ଯିଏ ଜିତୁ ହାରୁ
ପବ୍ଲିକ ର କି ଥାଏତ ।
ସିଏ କି ଦଉଚି ମତ ?
ବେଲ ପାଚୁ ଅବା କଞ୍ଚା ଝଡିଯାଉ
କୁଆ ର କି ଯାଏତ ।


ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା