ହୋ ଭଗତେ... ହୋଅଅଅ
ରଥ ଯାଏ ଗଡିଗଡି,
ବଡଦାଣ୍ଡେ ପାଣି ଭାଙ୍ଗେ ଲହଡି,
ଲାଇଫ ବୋଅଟ ସାଥିରେ ନେଇଥା,
କାଳେ ଯିବ ତୁମେ ବୁଡି ହୋ,
ଡାଆଣି ଡିଆଣି ଡାଆଣି ଡିଆଣି ।


ହୋ ଭଗତେ... ହୋଅଅଅ
ଝାଡୁହସ୍ତେ ଗଜପତି,
ମୋଦୀଙ୍କ ର ବୁହେ ଦଳିତ ପ୍ରୀତି,
ଆଡଭାନୀ ଯୋଶୀ ଝୁରି ଝୁରି ମଲେ,
ନିପାତ ଏ ଉଚ୍ଚ ଜାତି ହୋ,
ଡାଆଣି ଡିଆଣି ଡାଆଣି ଡିଆଣି ।


ହୋ ଭଗତେ... ହୋଅଅଅ
ଭାଙ୍ଗିଲା ରଥର ଅଖ,
ବିଜେପି ବିଜେଡି ସମ୍ପର୍କ ଦେଖ,
ରାଷ୍ଟ୍ରପତି ପେଇଁ ଏକାଠି ହୁଅନ୍ତି,
ଚାଷୀ ପେଇଁ ଲାଗେ ଦୁଃଖ ହୋ,
ଡାଆଣି ଡିଆଣି ଡାଆଣି ଡିଆଣି ।


ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା