ମିସକଲ ମାରି କଲ ମନଚୋରି
କଥା କୁହ ମାରି ଅଠା
ବୟସ ନହୁଲି ଅଣ୍ଟା ଭଙ୍ଗା ଚାଲି
ପିନ୍ଧୁଛ ଛଳନା ମୁଖା ॥
କଅଁଳ କଥାରେ କିମିଆ କରୁଛ
ଟୋକାଙ୍କୁ କଣେଇ ଚାହିଁ,
ଭସା ମେଘ ତୁମେ ଭରସା ନାହିଁ ଗୋ
ଚାଲିଯାଅ ଧୋକା ଦେଇ ॥
ପୁରାଣ କହେ କହେ କିମ୍ବଦନ୍ତୀ
ନାରୀ ମାୟା ନଈବଢି,
ସ୍ଵାର୍ଥ ସରିଗଲେ ନିଜବାଟେ ଯିବେ
ପାଦେ ପ୍ରେମକୁ ରଗଡି ॥


ବ୍ୟଙ୍ଗକାର ଦାଶରଥି ସାହୁ
କଳମ୍ବ, ବଡସାହି, ଗଞ୍ଜାମ