ଅଜୟ କୁମାର ସାହୁ
ଚାନ୍ଦପୁର, ନୟାଗଡ

ଜୀବନର ଏଇ ଶୂନ୍ୟତାକୁ ନାଥ ତୁମେ ବୁଝିନିଅ ବାରେ
ତୁମବିନା ପ୍ରଭୁ କେମିତି ଜିଇଁଛି ପଚାରି ଦିଅ ହେ ଥରେ ॥୧॥
ସଂସାରର ଏଇ ଅମା ଅନ୍ଧକାରେ ବାରି ହେଉନି ଯେ ପଥ
କେମିତି ଚାଲିବି ଏତେ ଦୂର ପ୍ରଭୁ କୁହ ଆହେ ଜଗନ୍ନାଥ ॥୨॥
ରାଗିଛକି ନାଥ ଏ ଦୀନ ଉପରେ ଦୀନକି କ୍ରୋଧର ପାତ୍ର
କ୍ରୋଧ ପରା ତୁମ ସ୍ଵଭାବ ନୁହଁଇ ମୁଁ ପରା ତୁମ୍ଭର ପୁତ୍ର ॥୩॥
ସଂସାର ପଙ୍କରେ ବୁଡିଯାଏ ପାଦ ଧରିନିଅ ହାତ ପାତି
ତୁମ ବିରହେ ମୋ ଅନ୍ତର କାନ୍ଦୁଛି ଫାଟିଯାଏ ମୋର ଛାତି ॥୪॥
କେବେ ପ୍ରିୟତମ ହାତଧରି ନେବ ତୁମ ବିରହୀ ପ୍ରିୟାର
କେବେ ଏ ପରାଣ ଚାଲିଯିବ ମୋର ମିଶିବ ତୁମ୍ଭ ପୟର ॥୫॥