ଇଂ ଦୀପ୍ତି ରଞ୍ଜନ ପଣ୍ଡା
ନିର୍ବାହୀ ଯନ୍ତ୍ରୀ, ଜଳସେଚନ ବିଭାଜନ, ଖୋରଧା
ଠାକୁର ଡାକିବା କଣ ଦରକାର
ପୂଜ ନିଜ ପିତାମାତା
ତାଙ୍କର ଆଶିଷେ କଣ ଯେ ନହେବ
ଅନ୍ୟକୁ ଡାକିବା ବୃଥା ॥୧॥
ବଡ ହୋଇନାହିଁ ହେବନାହିଁ କେବେ
ତାଙ୍କ ଆଶୀର୍ବାଦ ବିନା
ଅନାଦର କରି ନିଜ ପିତାମାତା
ଆଗେଇ କେହି ପାରେନା ॥୨॥
ଅନ୍ଧ ଦେଖିପାରେ କାଲା ଶୁଣିପାରେ
ଛୋଟା ଆନନ୍ଦରେ ଚାଲେ
ପିତାମାତା ସ୍ନେହ ସହ ଆଶୀର୍ବାଦ
କାଣିଚାଏ ତାଙ୍କ ଥିଲେ ॥୩॥
ଆଗକୁ ଯିବାକୁ ଚାହୁଁଅଛ ଯଦି
ଗୁରୁଙ୍କୁ ଦିଅ ସମ୍ମାନ
ଭଲ ପଢିଲେବି ଗୁରୁ ଅସମ୍ମାନେ
ଫଳ ହୋଇଥାଏ ଶୂନ ॥୪॥
ପାଠ ନହେଲେବି ଗୁରୁଙ୍କ ଆଶିଶେ
ସଦା ଉନ୍ନତି କରିବ
ତାଙ୍କ ଅସମ୍ମାନେ ବିଦ୍ଵାନ ହେଲେବି
ତାହାର ପତନ ହେବ ॥୫॥
ଠାକୁର ମନ୍ଦିରେ ଦାନ ଦେବାଠାରୁ
ଦାନ ଦିଅଁ ଦୁଃଖୀରଙ୍କି
ସେହିମାନେ ହେଲେ ଜୀବନ୍ତ ଠାକୁର
ସେମାନଙ୍କୁ କର ଖୁସି ॥୬॥
ବୁଢାବୁଢୀଙ୍କର ମନରେ କେବେହେଁ
ଦିଅ ନାହିଁ ତିଳେ ବ୍ୟଥା
ତାଙ୍କ ଆଶୀର୍ବାଦେ ମିଳିଥାଏ ସୁଖ
କହ ଆଦରର କଥା ॥୭॥
ବିଚାରଧାରା - ଇଂ ଦୀପ୍ତି ରଞ୍ଜନ ପଣ୍ଡା
January 21, 2017
0