ପ୍ରକୃତିର ପ୍ରକୃତିତା - ପିଣ୍ଟୁ ମହାନନ୍ଦ

0

କୃଷ୍ଣଚୁଡ଼ା କି କହିବ ତୁମ ପ୍ରକାଶର ଛଟା,
ଆଶିକ ହୁଏ ଖାଲି ଦେଖି ତୁମ ପ୍ରକାଶତା । 

ସ୍ନିଗ୍ଧ ଜଳରେ ଝରେ କମଳିନୀ ଦିବ୍ୟ ରସ,
ଲଜ୍ଜାରେ ଲୁଚି ରହିଛି ପତ୍ର ତଳେ ଲାଲ ହସ । 

ପତ୍ରରେ ଲୁଚି ରହେ କଳାବତୀ ଦିବ୍ୟ ପଦ୍ମ,
ସେ ଜାଣେ ଜୀବନ ପ୍ରକୃତିର ଏକ ଅଂଶ । 

ପ୍ରକୃତିର ଦେହ ଝାଲ ନୀଲ ନୀଳ ଆକାଶ,
ସଦା ଦେଉଅଛି ହୃଦୟରେ ମଧୁର ଆଶ । 

ଆଶ୍ଚର୍ଯ୍ୟ ଚିତ୍ତକୁ ଆନନ୍ଦ ଦିଏ ଦିବସ ରାତି,
ଫୁଲରେ ହସେ ପ୍ରକୃତି କହେ ସଦା ସୁଭାତି । 

ଆଶିକ ହୁଅନ୍ତି କବିଗଣ ଲେଖିବାକୁ କବିତା,
ପ୍ରେମ ଭାବ ଭରି ଦିଏ ପ୍ରକୃତିର ପ୍ରକୃତିତା । 

ପ୍ରକୃତିର ଏକତା ହେଉଛି ବିଶ୍ଵର ବଡ଼ ତାତ୍ତ୍ୱିକ,
ନ କହି ପ୍ରକୃତି କାହାକୁ ଦେଉଛି ଦେଖ ଦୃଷ୍ଟିକ। 

ଦେଉଳ ପଦର, ସୋନପୁର

VOL.IX,  ISSUE.IX,  SEPTEMBER-2025

Published By Banamallira Mahak

Post a Comment

0Comments
Post a Comment (0)