
ସ୍ନିଗ୍ଧ ଶରତର ଶୁଭ୍ର ଆକାଶରେ
ଭଷା ବଉଦର ମାଳ
ତନୁ ପାତଳୀର ମୁକୁଳା ଦେହରେ
ଯୌବନର କୋଳାହଳ ।
ଅପରୂପ ଶୋଭା ଅତି ମନଲୋଭା
ନୀରବ ନିଥର ମନ
କୁଆଁରୀ ମେଘକୁ ସପନ ଘାରିବ
ଭୋଗୁଥିବ ନିର୍ବାସନ ।।
ପ୍ରୀତି ସରୋବରେ ସଜ କଇଁଫୁଲ
ପ୍ରତି ମୁହୂର୍ତ୍ତରେ ଫୁଟେ
ନଗ୍ନ ନଈପଠା ଛନଛନ ଘାସ
ହସୁଥାଏ କଞ୍ଚା ଓଠେ ।
କାଶତଣ୍ଡୀ ହସେ ବଧୁଲିର ବାସେ
ମାଟିର ମଲାଟେ ଦେଖ
ମରତ ମୋହିନୀ ଶରତେ ଆସିବେ
କୋଟି ଚନ୍ଦ୍ରମା ମୁଖ ।।
ପ୍ରଣୟ ମହକେ ଫିକା ଫିକା ଜହ୍ନ
ରଜନୀ ବୁକୁର ମୋହ
ଆଖି କୋଣେ ତା'ର ଲୁଚାଇ ଲୁହକୁ
ଦେଖାଏ ପୁଙ୍ଗୁଳା ଦେହ ।
କେତକୀ ଟଗର ଶେଫାଳି ସାଙ୍ଗକୁ
ରଜନୀଗନ୍ଧାର ବାସ
ସ୍ୱର୍ଗ ପାରିଜାତ ମର୍ତ୍ତ୍ୟରେ ଶୋଭିତ
ସୁନୀଳ ଜ୍ୟୋତ୍ସ୍ନାର ହସ ।।
ଅନିନ୍ଦ୍ୟ ସୁନ୍ଦରୀ ନହୁଲି ଅଳସୀ
ନିଆଁ ରୁ ଉଡ଼ାଏ ହିଆ
ସେନେହ ପୀରତି ଆବାହନୀ ସାଥେ
ସ୍ନିଗ୍ଧ ଶୀତଳ ଛୁଆଁ ।।
ଯଲୋଏ, ସୁବର୍ଣ୍ଣପୁର
ମୋ - ୯୯୩୮୪୩୩୬୬୪
VOL.IX, ISSUE.IX, SEPTEMBER-2025
Published By Banamallira Mahak
ପ୍ରଣାମ,ବହୁତ ଭଲ ଅନୁଭୂତିର ସମୀକ୍ଷା କରିଛନ୍ତି,ଭଲ ଲାଗିଲା କବିତାଟି
ReplyDelete