ସେ ହାତରେ ନୂଆ ନୂଆ ନାଲି ଚୁଡ଼ି ଆଉ ମଥାରେ ସିନ୍ଦୁର ନାଇଛି | ନୂଆ ନୂଆ ଘର ପୁଣି ଅଜଣା ଅପରିଚିତ ଲୋକବାକଙ୍କ ସହ ନିଜକୁ ଖାପ ଖୁଆଇ ଚଳିବାକୁ ଚେଷ୍ଟା ତ ଖୁବ କରୁଛି କିନ୍ତୁ ତାକୁ କଷ୍ଟ ଲାଗୁଛି, ତଥାପି ସେ ତା କର୍ତ୍ତବ୍ୟରେ ତିଳେ ମାତ୍ର ହେଳା କରୁନି | ନିଜର ଭୁଲ ନଥିଲେ ମଧ୍ୟ ସେ ପଦେ ଦୁଇପଦ ବାରଣା ଶୁଣିବାକୁ ବାଧ୍ୟ ହୋଇଯାଇଛି | ବୋଧହୁଏ ନିଜର ଖୁସି କ'ଣ ସେ ସେଠି ଭୁଲିଯାଇଛି |ଶାଶୁ ଶ୍ୱଶୁରଙ୍କ ସେବା ତାର ପ୍ରଥମ କର୍ତ୍ତବ୍ୟ ପାଲଟିଛି | ଘରେ ଯେତେଟା ସ୍ୱାଧୀନତା ଥିଲା ଏଠି କଣ ସେତେଟା ମିଳୁଛି | ଯିଏ ନିଜ ଘରେ ପ୍ରଥମେ ରନ୍ଧା ଭାତ ଖାଉଥିଲା ଆଜି ସେ ଶେଷରେ ଖାଉଛି, ନିଜ ପେଟ ଭୋକରେ ଜଳିଯାଉଥିଲେ ମଧ୍ୟ ସେ ସମସ୍ତଙ୍କ ମନ କଥା ଆଗ ବୁଝୁଛି | ନିଜର ମନର କଥା କହିବାକୁ ସେ ଚେଷ୍ଟା ତ କରୁଛି କିନ୍ତୁ ତଥାପି ଏ ହୃଦୟ ତଳେ ସବୁ ଚାପି ରଖିଛି | କାରଣ ସେ ଯାହା ହାତ ଧରିଛି ସେ ମଧ୍ୟ ଜଣେ ଅଜଣା ଅଚିହ୍ନା ମଣିଷ, ତା ସାଙ୍ଗେ ମିଶିବାକୁ ତାକୁ ଆହୁରି ସମୟ ଦରକାର | ମଝି ମଝିରେ ନିଜ ମନର ବ୍ୟଥାକୁ ଲୁଚେଇ ରଖି କାନ୍ଦି ପକାଉଛି | ମନେ ପଡୁଛି ତା ନିଜ ବାପା ବୋଉ ଓ ଭାଇ ଭଉଣୀଙ୍କ କଥା | ସେ ଆଜି ପର ଗୋତରି ହୋଇଯାଇଛି, ହଁ ବହୁତ କିଛି ପରିବର୍ତ୍ତନ ହୋଇଯାଇଛି | 

Writer's Details: Ranjita Das, NIT Rourkela, Odisha, India.
Content Category:
Submission Date: Jul 03, 2019