ନୀଳାଚଳ ବିଜୟ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0

ଆଉକି ପାତକି ଦେଖିବକି,
ବଡଦାଣ୍ଡୁ ଗଲେ ନୀଳାଚଳେ କିବା
ସପନ ମୋ ପାଇଁ ଜାଣିନକି
ଆଉ କି ପତିତ ଦେଖିବକି  ।।

ଆଖି ପୁରାଇକି ଦେଖିବି ଠାକୁରେ
କ୍ଷଣେ ମୋହ ପାଇଁ ରହିବକି
ଆହେ ଯାଦୁକର ଯାଦୁ ଦେଖାଇବ
ଆରତି ଆରତ ଶୁଣିବକି, 
ଆଉକି ପାତିତ ଦେଖିବକି  ।।

ଯେତେ ଦେଖୁଥିଲେ ନୂଆ ନୂଆ ଦିଶ
ସସ୍ର ସହସ୍ରଂଶୁ ଜ୍ଵୋତୀକି
କୋଟି କନ୍ଦର୍ପ ଦର୍ପଦଳା ରୂପରେ
ଆଖିଯାଇ ଲାଖି ଯାଇଛି
ଆଉକି ପତିତ ଦେଖିବକି  ।।

ମୋ ଘରର ଇଷ୍ଟ ମୋ ରାଜ୍ୟ ସମ୍ରାଟ 
ଯା’ ତୁମେ ତୁମ ନୀଳଗିରିକି
ମାଗୁନାହିଁ କିଛି ମନେ ରଖିଥିବ
ଅନୁସରିଛନ୍ତି ପାତକି
ଆଉକି ପାତିତ ଦେଖିବକି  ।।

ସୁଖରେ ଥାଅହେ ମୋ କଳା ସାଆନ୍ତ 
ଷାଠିଏ ପଉଟି ଭୁଞ୍ଜିକି,
ତୋ ସୁଖ ରେ ମୋର ସଂସାର ସୁନ୍ଦର 
ପ୍ରକୃତିସ୍ଥ ହେଉ ଧରିତ୍ରୀ,
ଆଉକି ପାତିତ ଦେଖିବକି  ।।

ମଙ୍ଗଳାଯୋଡି, ଖୋର୍ଦ୍ଧା

VOL.IX,  ISSUE.VIII,  AUGUST-2025

Published By Banamallira Mahak

Post a Comment

0Comments
Post a Comment (0)